ବନାଗ୍ନି ନିୟନ୍ତ୍ରଣ ପ୍ରସ୍ତୁତିକାଳୀନ ବୈଠକ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲାରେ ବନାଗ୍ନି ଦ୍ୱାରା ଜଙ୍ଗଲର କ୍ଷୟକ୍ଷତି ରୋକିବା ପାଇଁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ବନାଗ୍ନି ନିୟନ୍ତ୍ରଣ ପ୍ରସ୍ତୁତିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବନଖଣ୍ଡ ଅଧିକାରୀ ସଚିନ ଆନ୍ନାସାହେବ ଓହଲ ପିପିଟି ମାଧ୍ୟମରେ ବନାଗ୍ନି ଦ୍ୱାରା ଜଙ୍ଗଲର କ୍ଷୟକ୍ଷତି ହେଉଥିବା ବିଷୟରେ ଅବଗତ କରିଥିଲେ l ବିଶେଷ କରି ଜିଲ୍ଲାର ମୁନିଗୁଡା ରାୟଗଡ଼ା ଏବଂ କଲ୍ୟାଣ ସିଂହପୁର ବ୍ଲକରେ ବନାଗ୍ନି ଦ୍ୱାରା କ୍ଷୟକ୍ଷତି ହେଉଥିବା କହିଥିଲେ l ଏହାକୁ ରୋକିବା ନିମନ୍ତେ ପ୍ରୟାସ କରିବା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳ ବନ ବିଭାଗ, ପୁଲିସ ପ୍ରଶାସନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ବନାଗ୍ନିର କାରଣ ଓ ପ୍ରତିରୋଧ ବିଷୟରେ ଲୋକଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଦିନରେ ଜଙ୍ଗଲ ପୋଡି ରୋକିବା ନିମନ୍ତେ ବନ ଉନ୍ନୟନ କମିଟି ଦ୍ୱାରା ସମସ୍ତ ବନାଗ୍ନୀକୁ ନିରାକରଣ କରାଯାଇ ପାରିବ ବୋଲି କହିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.