ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସନ୍ତା ଫେବୃୟାରୀ ୧୪ରୁ ୧୭ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା” ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହାର ପୂର୍ବରୁ ଜାନୁଆରୀ ୧୧ ନର୍ଲାରେ ଅନୁଷ୍ଠିତ ହେବ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା”। ଜାନୁୟାରୀ ୧୪ ପୂର୍ବରୁ ଜିଲ୍ଲାର ସମସ୍ତ ବ୍ଳକରେ ଅନୁଷ୍ଠିତ ହୋଇଥାଏ ଏହି ଉତ୍ସବ। ମଙ୍ଗଳବାର ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ଏନେଇ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ ସଂଯୋଜନାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ଲକ ଅଧ୍ୟକ୍ଷ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ନର୍ଲା ବ୍ଳକ ସ୍ତରୀୟ କଳାହାଣ୍ଡି ଉତ୍ସବ ଧୁମଧାମର ସହ ପାଳନ କରିବା ବୋଲି କହିଥିଲେ। ଜାନୁୟାରୀ ୩ ରୁ ଜାନୁୟାରୀ ୮ ଯାଏଁ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଳନ କରାଯିବ ଏବଂ ଜାନୁୟାରୀ ୧୧ ରେ ନର୍ଲା ବ୍ଲକ ପରିସରରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଳନ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବର ମୂଲ୍ୟାୟନ ପାଇଁ ଏକ କମିଟି ଗଠନ କରାଯିବ ଏବଂ ଉକ୍ତ କମିଟିର ସଦସ୍ୟ/ପ୍ରତିନିଧି ପଞ୍ଚାୟତ ସ୍ତରୀୟ ଉତ୍ସବରେ ଉପସ୍ଥିତ ରହି ମୂଲ୍ୟାୟନ କରିବେ। ସେହି ମୂଲ୍ୟାୟନକୁ ଆଧାର କରି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଘୋଷଣା କରାଯିବ ବୋଲି ଘୁମୁରା ଉତ୍ସବ କମିଟିର ଅଧ୍ୟକ୍ଷ ବିଡିଓ ଶ୍ରୀ ଦୀପ କହିଥିଲେ। କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ପଧାନ, ବିଧାୟକ ପ୍ରତିନିଧି ସରୋଜ କୁମାର ରାଉତ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ନର୍ଲା ସହକାରୀ ସମ୍ପ୍ରସାରଣ ଯନ୍ତ୍ରୀ ସୁଧାଂଶୁ ମହାଲି ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ କଳାହାଣ୍ଡି ଉତ୍ସବର ରୁପରେଖ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏଥିରେ ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ରାକସୀ ସରପଞ୍ଚ ଯେମନ୍ତ ପୋଢ଼, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ନର୍ଲା ସରପଞ୍ଚ ତନୁଜା ହରପାଲ, ବାଗପୁର ସରପଞ୍ଚ ଗୋପାଳ ହାତୀ, କର୍ମେ ସରପଞ୍ଚ ମନୋଜ ମହାନନ୍ଦ, ନର୍ଲା ସମିତି ସଦସ୍ୟ ସଙ୍ଘ ସଭାପତି ଜୟ ମେହେର, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୌଡିଆ, ଘଣ୍ଟମାଳ ସମିତି ସଦସ୍ୟା ଅବନ୍ତିକା ଦଳେଇ, ସୁଦାମ ଝାଙ୍କର, ଦୀପା ମାଝୀଙ୍କ ସମେତ ୨୬ ଗୋଟି ପଞ୍ଚାୟତର ଅନେକ ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା, ବିଭିନ୍ନ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଏବିଇଓ ଗୋବର୍ଦ୍ଧନ ମାଝୀ, ପିଇଓ ସହସ୍ରାଂଶୁ ମିଶ୍ର, ଜିତେନ୍ଦ୍ର ଯୋଶୀ, ରବି ନାଏକ, କୁଷ୍ଣଚନ୍ଦ୍ର ସାହୁ, ଦୁଲଣା ମାଝୀ, ଯଯାତୀ ଭଞ୍ଜ, ବିକେଶ ସାହୁ, ନର୍ଲା ସହକାରୀ କୃଷି ଅଧିକାରୀ ପ୍ରବୀଣ ସାହୁ, ସହକାରୀ ଉଦ୍ୟାନ ଅଧିକାରୀ ଅନନ୍ତ ପଣ୍ଡା, ନର୍ଲା କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ରଞ୍ଜିତା ନାଏକ, ନର୍ଲା ମେଡିକାଲ ଅଫିସର ଆଶୁତୋଷ ପ୍ରଧାନ, ଆରଡବ୍ଲୁ ଏସଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ସନତ ନାଏକ, ବିପିସି ଭୋଳାନାଥ ଦାସ, ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର କର, ବିଶିଷ୍ଟ କଳାକାର ସର୍ବେଶ୍ଵର ଭୋଇ, ନର୍ଲା ହାଇସ୍କୁଲ ପ୍ରତିନିଧି କ୍ଷିତିଶ ଚନ୍ଦ୍ର ପୋଢ଼, ମୁସ୍କୁଟି କଲେଜର ଶାରୀରିକ ଶିକ୍ଷକ ନାରାୟଣ ନାଏକ, ନର୍ଲା ଡିଗ୍ରୀ କଲେଜର ଓଡିଆ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ତୁଳାପଡ଼ା କଲେଜ ପ୍ରିନ୍ସିପାଲ ସୁଶିଲ କୁମାର ସେନାପତି, ନର୍ଲା ପୋଲିସ ଏଏସଆଇ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ବିଏସଏସଓ ପ୍ରଦୀପ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବିଡିଓ ଶ୍ରୀ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।





