ରୁପ୍ରାରୋଡ ରେଳ ଷ୍ଟେସନ ସୁପରିଟେଣ୍ଡେଣ୍ଟ ଧବଳେଶ୍ଵର ମାଝୀଙ୍କ ପିତୃ ବିୟୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ରେଳ ଷ୍ଟେସନ ସୁପରିଟେଣ୍ଡେଣ୍ଟ ଧବଳେଶ୍ଵର ମାଝୀଙ୍କ ପିତା ଲକ୍ଷ୍ମଣ ମାଝୀଙ୍କ ଦେହାନ୍ତ ହୋଇଛି। ଉତ୍କେଲା ନିବାସୀ ସ୍ଵର୍ଗତ ଲକ୍ଷ୍ମଣ ମାଝୀ ପରିବହନ ବିଭାଗରେ କାମ କରି ଅବସର ଗ୍ରହଣ କରିଥିଲେ। ଏଥି ସହ ସେ କେସିଙ୍ଗା ବ୍ଲକ କଂଗ୍ରେସର ବରିଷ୍ଠ ନେତୃତ୍ୱ ତଥା କନ୍ଧ ସମ୍ପ୍ରଦାୟର ଜଣେ ବରିଷ୍ଠ ସଙ୍ଗଠକ ଥିଲେ।  ୭୮ ବର୍ଷ ବୟସରେ ଶୁକ୍ରବାର ଦିନ ସେ ତାଙ୍କ ଉତ୍କେଲା ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ, ଦୁଇ ଝିଅ, ଜୋଇଁ, ବୋହୂ, ପରିବାର ସଦସ୍ୟ, ବନ୍ଧୁ ବାନ୍ଧବ ସମସ୍ତେ ଉପସ୍ଥିତ ଥିଲେ। ଆଜି ଶନିବାର ସକାଳ ୯ଘଣ୍ଟା ସମୟରେ ସ୍ଥାନୀୟ ଏରୋଡ୍ରମ ପଡିଆ ନିକଟରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ତାଙ୍କ ବିୟୋଗରେ ନର୍ଲା ବ୍ଳକ ଆଦିବାସୀ ସଂଘ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀ, ନର୍ଲା ବ୍ଳକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲାର ପୁର୍ବତନ ବିଧାୟକ ଭୁପିନ୍ଦର ସିଂ ଓ କୁମରମଣି ଶବର, କେସିଙ୍ଗା ବ୍ଲକ କନ୍ଧ ସମାଜ ସଭାପତି ଶେଷଦେବ ମାଝୀ, ଶିକ୍ଷକ ନେତା କ୍ଷିତିଶ ଚନ୍ଦ୍ର ମାଝୀ, ଉତ୍କେଲା ସମିତି ସଭ୍ୟ ତ୍ରିନାଥ ମାଝୀଙ୍କ ସମେତ ଅଞ୍ଚଳ ବରିଷ୍ଠ ନାଗରିକ ଶୋକାକୁଳ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଦୁଃଖ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.