ରୁପ୍ରା ହାଇସ୍କୁଲ ରଜତ ଜୟନ୍ତୀ; ଦ୍ବିତୀୟ ଦିବସର ପ୍ରଥମ ଅଧିବେଶନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରା ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ରଜତ ଜୟନ୍ତୀ ମହାସମାରୋହରେ ପାଳିତ ହେଉଛି। ସୋମବାର ଦ୍ବିତୀୟ ଦିବସର ପ୍ରଥମ ଅଧିବେଶନ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ବକ୍ତା ଭାବେ ଏଡିଇଓ ହେମସାଗର ମହାନନ୍ଦ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୁଡୁ ମହାଲିଙ୍ଗ, ଭୁମୀଦାତା ଏବଂ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ବିଶିଷ୍ଟ ଶିକ୍ଷାବିତ ବିଜୟ ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ। ପୁରାତନ ଛାତ୍ର ସଂସଦ ସମ୍ପାଦକ ତେଜରାଜ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ପୁରାତନ ଛାତ୍ରୀ ସୁଶ୍ରୀ ମଧୁସ୍ମିତା ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରତିକ୍ଷା ପ୍ରୀୟଦର୍ଶନୀ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ ସଂସଦର କୋଷାଧ୍ୟକ୍ଷ ଆଦିତ୍ୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପୂରାତନ ଛାତ୍ର ସଂସଦ ସଭାପତି ରବୀନ୍ଦ୍ର ସାହୁଙ୍କ ତତ୍ବାବଧାନରେ ସଂସଦର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.