ରାୟଗଡ :  ଗାୟତ୍ରୀ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ 

ରାୟଗଡ,୨୪/୮ : ରାୟଗଡ ସହରର ଗାୟତ୍ରୀ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଦିନ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବ ପାଳନ କାର୍ଯ୍ୟକ୍ରମରେ ଶ୍ରୀମତି ପ୍ରିୟମ୍ବଦା ରଥ ଜଣେ ଗୃହଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ନିଜ ଅଭିଭାଷଣରେ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତାନ୍ତ ସହ ଆଜି ଦିନର ମହତ୍ୱ ସଂପର୍କରେ କହିଥିଲେ । ଶିଶୁ ପ୍ରାରମ୍ଭ ଠାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୮୦ଜଣ ଶିଶୁ କୃଷ୍ଣ ଓ ରାଧା ବେଶରେ ସଜ୍ଜିତ ହୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ସେହିପରି ପ୍ରତିଯୋଗିତାରେ ଶ୍ରୀମତି ସବିତା ହୋତା, ଶ୍ରୀମତି କଳ୍ପନା ପତି ଓ ଶ୍ରୀମତି ପ୍ରତିମା ପାତ୍ର ୩ଜଣ ବିଚାରକ ମଣ୍ଡଳୀକୁ ନେଇ ସମ୍ପାଦିତ ହୋଇଥିଲା । ଏଥି ସହିତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ଓ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତାରେ ପ୍ରାରମ୍ଭ ଶ୍ର୍ରେଣୀର ଆର୍ଯ୍ୟଭ ଆମନ ନାୟକ ପ୍ରଥମ, ଆଦିତ୍ୟ ସ୍ୱାଇଁ ଦ୍ୱିତୀୟ ଓ ତ୍ରିଲୋଚନ ଗୈାଡ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବୋଧ ଶ୍ରେଣୀରେ ଧୀମାନ ଗୈାଡ ପ୍ରଥମ, ଶୁଭମ ରଥ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଛାତ୍ର ପୃଥ୍ୱୀରାଜ ବାତ୍ରୟା ରହିଥିବା ବେଳେ ରାଧାବେଶରେ ପ୍ରାରମ୍ଭ ଶ୍ରେଣୀରେ ପ୍ରଗତି ପଣ୍ଡା ପ୍ରଣ୍ଡା, ଦ୍ୱିତୀୟରେ ଦିପ୍ତୀରାଣୀ ଶବର ଓ ତୃତୀୟରେ ଅଶ୍ୱିନୀ ଚୈାଧୁରୀ ଏବଂ ବୋଧ ଶ୍ରେଣୀରେ ସୁଧାଦିପ୍ତି ସାହୁ ପ୍ରଥମ, ଦ୍ୱିତୀୟରେ ତନୁଷ୍କା ପାତ୍ର ଓ ଫନିଟି ଗୈାଉସି ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ରାଧାକୃଷ୍ଣ ବେଶରେ କୃତୀ ହୋଇଥିବା ଛାତ୍ରଛାତ୍ରୀ ସମସ୍ତଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଳ ଚରଣ ସ୍ୱାଇଁ ମଂଚାସୀନ ଅଧିକାରୀଙ୍କ ପରିଚୟ ପ୍ରଦାନ କରି ଜନ୍ମାଷ୍ଟମୀ ଉତ୍ସବର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଉତ୍ସବ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଗୁରୁଜୀଗୁରୁମା ମାନେ ସହଯୋଗ କରିଥିଲେ ।

 

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.