ସ୍ବେଛାସେବୀ ସଂଗଠନ ତରଫରୁ ରକ୍ତଦାନ ସଚେତନତା ଶୋଭାଯାତ୍ରା

କଳାହାଣ୍ଡି, ୨୪/୮ : ରକ୍ତଦାନ ମହତ ଦାନ ର ସଚେତନତା ରାଲିରେ କଳାହାଣ୍ଡି ଜିଲ୍ଲାର ସୁପରିଚିତ ସ୍ବେଛାସେବୀ ଅନୁଷ୍ଠାନ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ସ୍ଥିତ ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ରକ୍ତଦାନ ସଚେତନତା ରାଲି ଆୟୋଜନ କରାଯାଇଥିଲା । ଉକ୍ତ ରାଲିରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବୁଦ୍ଧେଶ୍ୱର ଚୌଧୁରୀ ଓ କୋଷାଧ୍ୟକ୍ଷ ବିରେନ୍ଦ୍ର ଚୌଧୁରୀ ତଥା ଯୁବ ସ୍ବେଚ୍ଛାସେବୀ ଆକାଶ କେଡିଆ ( ସମ୍ମାନିତ ଅତିଥି ) ଏବଂ ଉକ୍ତ ସ୍କୁଲର ଶିକ୍ଷକ ମାର୍କଣ୍ଡ ପାଢ଼ୀ, ପବିତ୍ର ମୋହନ ପଶା, ପୂର୍ଣ୍ଣଚନ୍ଦ ରାଉତଙ୍କ ସହଯୋଗ କ୍ରମେ ସଂଗଠନର କର୍ଲାର୍ମୁଣ୍ଡା ବ୍ଲକ ସଭାପତି ସୁମନ୍ତ ସାହୁ, କାର୍ଯକାରୀ ସଭାପତି ବୈସାଖୁ ସାହୁ, ସମ୍ପାଦକ ଡମ୍ବରୁଧର ସାହୁ, ପ୍ରକାଶ ହେର୍ଣ୍ଣା, ଦୀପକ ଚୌଧୁରୀ, ଜଗନ୍ନାଥ ଚୌଧୁରୀ, ରାଜେନ୍ଦ୍ର ନାରାୟଣ ସାହୁ ପ୍ରମୂଖ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।
ଏହି ରାଲିକୁ ବିଭିନ୍ନ ମହଳରେ ସ୍ବାଗତ କରାଯାଇଛି ।

Report :
Nabin Kishor Sahu, Narla AC Correspondent odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.