ବୋଡେନ ବ୍ଲକରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ, ଭତ୍ତା ଓ ଘରଡିହ ପଟା ବଣ୍ଟନ କାର୍ଯ୍ୟକ୍ରମ

ବୋଡେନ,୨୪/୮ : ନୂଆପଡା ଜିଲ୍ଲା ବୋଡ଼େନ ବ୍ଳକବଠାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ, ଭତ୍ତା ବଣ୍ଟନ ଓ ଘରଡିହ ପଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆୟେଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଶ୍ରୀଯୁକ୍ତ ଅଧିରାଜ ମୋହନ ପାଣିଗ୍ରାହି, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିସଦ ସଦସ୍ୟ ଶ୍ରୀଯୁକ୍ତ ଲମ୍ବୋଦର ନିଆଲ, ଜିଲ୍ଲା ପରିସଦ ସଦସ୍ୟା ଶ୍ରୀମତୀ ବାସନ୍ତି ମାଝୀ, ଲୋକସଭା ପ୍ରତିନିଧି ଅତିନ୍ଦ୍ର ମଲ୍ଲିକ ଯୋଗଦେଇଥିଲେ ।

ବ୍ଳକ ଉନ୍ନୟନ ଅଧିକାରି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିସଭାରେ ବୋଡେନ ବ୍ଲକ ୧୫ ଟି ଗ୍ରାମ ପଞ୍ଚାୟତର ୨୮ ଜଣଙ୍କୁ ଘରଡିହ ପଟା, ୨୨୫ଜଣଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର କର୍ଯ୍ୟାଦେଶ ଓ ୧୬୦ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ଶେଷରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରେମଶିଲା ନାଗ ସଭା ସାଙ୍ଗ କରିଥିଲେ ।

ବୋଡ଼େନ ବ୍ଳକ ପ୍ରତିନିଧି ହିତେଶ କୁମାର ଅଦାଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.