ଗାଁରେ ପହଞ୍ଚିଲା ବିଚାରଧିନ କଏଦି ପଟ୍ଟନାୟକ ହରିଜନଙ୍କ ଶବ, ବୁଝାମଣା ପରେ ଶବ ସଂସ୍କାର

ବେଦାନ୍ତ ମାମଲାରେ ଛନ୍ଦି ହୋଇ ଜେଲ୍ ରେ ବିଚାରଧିନ କଏଦି ଭାବେ ଥିଲେ ପଟ୍ଟନାୟକ

ଲାଞ୍ଜିଗଡ,୨୪/୮ : ବେଦାନ୍ତ ମାମଲାରେ ଛନ୍ଦି ହୋଇ ଜେଲ୍ ରେ ବିଚାରଧିନ କଏଦି ଭାବେ ଥାଇ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ମୁଖରେ ପଡିଥିବା ପଟ୍ଟନାୟକ ହରିଜନଙ୍କ ଶବ ରେଙ୍ଗୋପାଲି ଗାଁରେ ଶୁକ୍ରବାର ରାତି ୨.୩୦ରେ ପହଞ୍ଚିଥିଲା । ଆଜି ସକାଳୁ ଏହାକୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଗତକାଲି ଠାରୁ ଜନତାଙ୍କ ଆକ୍ରୋସ ଆଶଙ୍କା କରି ଲାଞ୍ଜିଗଡ ବେଦାନ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି । ତେବେ ବିଚାରଧିନ ଥିବା ସମୟରେ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଯାଇ ଥିବାରୁ ଏଥିପାଇଁ ବେଦାନ୍ତ ଉପଯୁକ୍ତ କ୍ଷତିପୁରଣ ଦେବାସହ ତାଙ୍କ ପରିବାରକୁ ଥଇଥାନ କରିବା ଦାବି ନେଇ ଲୋକେ ଅଡି ବସିଥିଲେ ।

ଏଠାରେ ସୂଚନା ଯୋଗ୍ୟଯେ ଗତ ମାର୍ଚ୍ଚ ମାସରେ ବେଦାନ୍ତ ମୂଖ୍ୟ ଫାଟକ ସାମ୍ନାରେ ଓଆଇଇଏସଏଫ ଜବାନଙ୍କ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଜନତାଙ୍କ ଆକ୍ରମଣରେ ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଅନେକ ସଂଗୀନ ଦଫା ଲଗାଯାଇ ୩୦୦ ଜଣଙ୍କ ନାମରେ ଅଭିଯୋଗ ଫର୍ଦ ପ୍ରସ୍ତୁତ ହୋଇଥିବା ବେଳେ ବିଭିନ୍ନ ପର୍ଯ୍ୟାୟରେ ୨୯ ଜଣଙ୍କୁ ପୋଲିସ ଗିରଫ କରି ଜେଲ ପଠେଇ ଦେଇଥିଲା । ପଟ୍ଟନାୟକ ହରିଜନ ସେହି ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ । ପଟ୍ଟନାୟକ ଅନେକ ଦିନରୁ କିଡନୀ ରୋଗରେ ଆକ୍ରାନ୍ତ ଥିବାରୁ ତାଙ୍କୁ ଗିରଫ ନକରିବା ପାଇଁ ପୋଲିସ ପାଖରେ ନେହୁରା ହୋଇଥିଲେ ତାଙ୍କ ପରିବାର କିନ୍ତୁ ପୋଲିସ ଗତ ୪ ମାସ ତଲେ ପଟ୍ଟନାୟକଙ୍କୁ ଗିରଫ କରି ଜେଲ୍ କୁ ପଠାଇ ଦେଇଥିଲା । ସେଠାରେ ମୃତ୍ୟୁର ୩ ଦିନ ପୁର୍ବରୁ ତାଙ୍କ ଦେହ ଖରାପ ହୋଇଥିଲା । ପୋଲିସ ହେପାଜତରେ ପ୍ରଥମ ଦୁଇଦିନ ଭବାନିପାଟଣା ଡାକ୍ତରଖାନାରେ ସେ ଚିକିତ୍ସିତ ହେବାପରେ ବୁର୍ଲା ରେଫର ହୋଇଥିଲେ । ଶୁକ୍ରବର ସକାଳେ ୫ଟାରେ ବୁର୍ଲା ମେଡିକାଲରେ ପଟ୍ଟନାୟକ ହରିଜନଙ୍କ ମୃତ୍ୟୁ ହୋଇଥିଲା।

ସେଠାରୁ ସେହିଦିନ ସନ୍ଧ୍ୟା ୭ଟାରେ ତାଙ୍କ ଶବକୁ ଧରି ଲାଞ୍ଜିଗଡ ଆଣିଲା ବେଳେ ରାତି ୨ଟା ୩୦ ହୋଇ ଯାଇଥିଲା। ଆଜି ସକାଳେ ମୁତକଙ୍କ ସ୍ତ୍ରୀ ମୋନରମା ନାଏକଙ୍କ ଦେହ ଅସୁସ୍ତ ଯୋଗୁଁ ଲାଞ୍ଜିଗଡ ସରକାରୀ ମେଡିକାଲରେ ଭର୍ତି କରାଯାଇଥିଲା । ଆଜି ସକାଳ ୧୦ଘଣ୍ଟା ସମୟରେ ବୁଝାମଣା ହୋଇଥିଲା। ପରିବାର ଲୋକଙ୍କୁ ୧୦ଲକ୍ଷ ୫୦ହଜାର ଦିଆ ଯିବ ବୋଲି କହି ଆଜି ୫୦ହଜାର ଟଙ୍କା ଦିଆଗଲା। ୭ଦିନ ଭିତରେ ୭ଲକ୍ଷ ୫୦ହଜାର ଦିଆଯିବ ବାକି ୨ଲକ୍ଷ ୫୦ହଜାର ୧୫ଦିନ ମଧ୍ୟରେ ଦିଆଯିବ ବୋଲି ପ୍ରତିଶୃତି ପ୍ରଦାନ କରିଥିବା ଜଣାପଡିୟଛି। ଏହାସହ ଦାବି ମୁତାବକ ପଟ୍ଟନାୟକ ହରିଜନର ସ୍ତ୍ରୀଙ୍କୁ ଅତିଶୀଘ୍ର ବେଦାନ୍ତରେ ସ୍ଥାୟି ନିଯୁକ୍ତି ଦିଆଯିବ ଓ ବିସ୍ତାପିତ ସମୟରେ ତାଙ୍କ ୫ଟି ଝିଅଙ୍କ ମଧ୍ୟରୁ ଗୋଟିଏ ଝିଅକୁ ବେଦାନ୍ତରେ ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି ମଧ୍ୟ ପ୍ରତିଶୃତି ଦିଆଯାଇଛି ।

(File photo) 

ନିଷ୍ପତି ସମୟରେ ପ୍ରସାଶନ ତରଫରୁ କଳାହାଣ୍ଡି ଉପ ଜିଲ୍ଲାପାଳ ମିର୍ଦ୍ଧା ଟୋପ୍ପୋ,ଏଡିସନାଲ ଏସପି ମନୋଜ କୁମାର ମହନ୍ତ, କେସିଙ୍ଗା ଏସଡିପିଓ ଗୁପ୍ତେଶ୍ଵର ଭୋଇ, ଆଇଆଇସି ସତ୍ୟବ୍ରତ ନନ୍ଦ, ବେଦାନ୍ତ ଆଲୁମିନା ତରଫରୁ ମାନବ ସମ୍ବଳ ଅଧିକାରୀ ହେମନ୍ତ ଭାଟିଆ, ଲେଣ୍ଡ ଏଣ୍ଡ ଲିଗାଲ ଜିଏମ ନବଲ ଶର୍ମା, ଭଗବାନ ହୋତା, ବିନୋଦ ରଥ, ଭାରତ ଭୂଷଣ ଯୋଶୀ ତଥା ଗ୍ରାମବାସୀଙ୍କ ତରଫରୁ ବାବୁଲା ନାଏକ, ଲିଙ୍ଗା ମାଝୀ, ନରେନ୍ଦ୍ର ମାଝୀ, ଲଛ ମାଝୀ, ହେମନ୍ତ ନାଏକ,ପରମାନଦ ନାଏକ, ବସନ୍ତ ନାଏକ ପ୍ରମୂଖ ଉପସ୍ଥିତ ଥିଲେ।

 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.