ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ପଞ୍ଚାୟତ ଅଧିନସ୍ତ ପୋଟେଶ ଗ୍ରାମରେ ମହା ଶିବରାତ୍ରୀ ଉପଲକ୍ଷେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର ପୋଟେସ ଠାରେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅଷ୍ଟ ପ୍ରହର ନାମ ଯଜ୍ଞ ପାଇଁ ଶନିବାର ଦିନ ଅପରାହ୍ନ ୪ ଘଣ୍ଟା ସମୟରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଘଣ୍ଟ ଶଙ୍ଖ, ହୁଳହୁଳି ସହିତ ଭଜନ କୀର୍ତ୍ତନ ସହ ଗ୍ରାମର ଲିଟିଜୋର କୁ ଯାଇ ୧୦୮ ଜଳପୂର୍ଣ୍ଣ କଳସ ଆଣି ପୂଜା ବେଦୀରେ ସ୍ଥାପନ କରିଥିଲେ। ଏହି ଅଷ୍ଟ ପ୍ରହର ନାମ ଯଜ୍ଞ ର କର୍ତ୍ତା ଭାବେ ପ୍ରଭାସ ଚନ୍ଦ୍ର ବେହେରା ଓ ତାଙ୍କ ସହ ଧର୍ମିଣୀ ଅଞ୍ଜଳି ବେହେରା ରହିଥିବା ବେଳେ ମୁଖ୍ୟ ପୂଜକ ଭାବେ ଶରତ ପୁରୋହିତ ଓ ଚନ୍ଦ୍ର ତ୍ରିପାଠୀ ପୂଜା କାର୍ଯ୍ୟ ଦାଇତ୍ଵ ନିର୍ବାହ କରୁଛନ୍ତି। ଅଷ୍ଟ ପ୍ରହର ନାମ ଯଜ୍ଞ କମିଟିର ପୂଜା କମିଟି କର୍ମକର୍ତ୍ତା ଶାନ୍ତନୁ ରାଉତ, ବିଶି କେଶନ ବିଶି, ରାହାସ ରାଉତ, ଗୋପବନ୍ଧୁ ନାଏକ, ବୁଲୁ ପ୍ରଧାନୀ, ଶେଷଦେବ ବାଗ,ସୁଶାନ୍ତ ବାଗ,ଜୟଦେବ ବଛା, ତୋଫାନ ମାଝୀ ପ୍ରମୁଖ ଙ୍କ ସହିତ ଗ୍ରାମବାସୀ ସହଯୋଗ କରୁଛନ୍ତି। ରବିବାର ସକାଳ ୬.୨୦ ରେ ନାମ ଆରମ୍ଭ ହୋଇ ସୋମବାର ସକାଳ ୬.୫୫ ମି ରେ ନାମ ସମାପନ ଓ ନଗର ପରିକ୍ରମା, ଦଧି ହାଣ୍ଡି ଭଗ୍ନ ହେବା ସହିତ ଦିବା ୧୨.୩୦ ମି଼ ରେ ପୂର୍ଣ୍ଣାହୁତି ଓ ପ୍ରାସାଦ ସେବନ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି।





