ଟିକ୍ରାପଡ଼ା ମହାଶିବରାତ୍ରମେଳା ଉପଲକ୍ଷେ ମହିଳାଙ୍କ କଳସ ଯାତ୍ରା: ମହାରାଜ କଂସଙ୍କ ରାଜୁତି ଆରମ୍ଭ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ଗ୍ରାମରେ ମହାଶିବରାତ୍ର ମେଳା ଉପଲକ୍ଷେ ମହିଳାଙ୍କ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଜଳପୂର୍ଣ୍ଣ କଳସ ସହ ମହିଳା ଗ୍ରାମ ପରିକ୍ରମା କରିଥିଲେ | ପାଇକସମରାର ଘଣ୍ଟବାଦ୍ୟ, ଦୁକାଲଘାଟ ସମେତ ବିଭିନ୍ନ ଗ୍ରାମର ସଂକୀର୍ତ୍ତନ୍ୟ ଦଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ | ହୃଦାନନ୍ଦ ରାଜପଲିଆ, ମମତା ରାଜପଲିଆ କର୍ତ୍ତା ତଥା କୌଶଳ ପୁରୋହିତ, ଗିରିଶ ପୁରୋହିତ, ଅକ୍ଷୟ ସୁଆର, ଗୌରଚନ୍ଦ୍ର ସୁଆର ପୂଜକ ଦାୟିତ୍ୱ ତୁଲାଇଥିଲେ | ସତ୍ୟବାନ ଠାକୁର, ବଳରାମ ଥନାପତି, ଇନ୍ଦ୍ରଜିତ ଥନାପତି ପୂଜାକାର୍ଯ୍ୟରେ ସହାୟତା କରିଥିଲେ | ଶନିବାର ରାତ୍ରରୁ ମହାରାଜ କଂସଙ୍କ ରାଜୁତି ଆରମ୍ଭ ହୋଇଛି | କଂସ ଭୂମିକାରେ ରବୀନ୍ଦ୍ର ସାହୁଙ୍କ ଚମତ୍କାର ଅଭିନୟ ସମସ୍ତଙ୍କ ମନ ଜିଣୁଛି | ୧୫ ତାରିଖରୁ ୧୮ ତାରିଖ ଯାଏ ଚବିଶି ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ | ବାଙ୍କେଲ, ପରୁଆଭାଡ଼ି, ବଡ଼ଭାଡ଼ି, ମାକ୍ରିପଡ଼ା, ଖରାଲି, ଜଲିଆ, ଚାଉଳଶୁଖା ମହିଳା ସଂକୀର୍ତ୍ତନ୍ୟ ସମେତ ପଧାନପାଲି (ଝାରସୁଗୁଡା), ନାଗପାଲି (ବରଗଡ), ଇଚ୍ଛାପୁର (ନୂଆପଡା) ପ୍ରଭୃତି ସୁନାମଧନ୍ୟ ସଂକୀର୍ତ୍ତନ୍ୟ ଦଳ ଏଥିରେ ସାମିଲ ହେବେ | ପ୍ରତି ରାତ୍ରରେ ଦଣ୍ଡ ନୃତ୍ୟ, ମେଲୋଡି, ସଂଚାର, କଂସ ଦରବାର କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ମହୋତ୍ସବ କମିଟି ସୂତ୍ରରୁ ପ୍ରକାଶ | ଢୋଲ ମୁହୁରି କଳା ପରିଷଦ (ବଲାଙ୍ଗୀର), ବାଉଲି କଳା ପରିଷଦ (ବରପଦର, କଣ୍ଟାମାଲ), ସଙ୍ଗୀତ ସାଧନ (ଲୋଇସିଂହା), କଳାଜୀବି (ବରଗଡ) ଆଦି ସାଂସ୍କୃତିକ ଦଳ ନୃତ୍ୟ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି | ମୀନା ବଜାର ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ବିଭିନ୍ନ ସାମଗ୍ରୀର ଦୋକାନ ବଜାର ଲୋକଙ୍କୁ ଆକର୍ଷିତ କରୁଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.