ନର୍ଲାରୋଡ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରରେ ଶିବରାତ୍ରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି ମହା ଶିବରାତ୍ରୀ। ପବିତ୍ର ମହା ଶିବରାତ୍ରୀ ରେ ନର୍ଲାରୋଡ ନୀଳ କଣ୍ଠେଶ୍ୱର ଶିବ ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଜାଗର ଜାଳି ଉଜାଗରରେ ବସିଥିଲେ। ଲାଣ୍ଡି ଡୁଙ୍ଗୁରି ସ୍ଥିତ ଶିବ ମନ୍ଦିର ପରିସର ଭକ୍ତ ସମାଗମରେ ଭରି ଉଠିଥିଲା। ନର୍ଲାରୋଡର ଭାନୁମତୀ ସରାଫ ଓ ଜୟ ସରାଫ କର୍ତ୍ତା ଦମ୍ପତି ମହାଦୀପ ମୁଣ୍ଡେଇ ମନ୍ଦିର ବେଢା ପରିକ୍ରମା କରିଥିଲେ। ମହାଦୀପ ସହିତ ସଂକୀର୍ତ୍ତନ ମଣ୍ଡଳୀ ଓ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମନ୍ଦିର ପରିକ୍ରମା କରିଥିଲେ। ରାତ୍ର ୧୦.୫୫ ସମୟରେ ମହାଦୀପ ଉଠିଥିଲା। ହରହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ମନ୍ଦିର ପରିସର। ଏଥିରେ ସାମୁହିକ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତୀର୍ଥ ବୁଦ୍ଧିଆ, କୈଳାସ ବୁଦ୍ଧିଆ, ସଞ୍ଜୀବ ବୁଦ୍ଧିଆ, କାମାକ୍ଷା ବୁଦ୍ଧିଆ, ଅଶୋକ ସାସମଲ, ବିମ୍ବାଧର ବୁଦ୍ଧିଆ, ବୃନ୍ଦାବନ ବିଶି, ଶେଷଦେବ ନାଏକ,ଫକୀର ପଟେଲ, ପଞ୍ଚେଶ୍ୱର ବୁଦ୍ଧିଆ ଙ୍କ ସମେତ ସ୍ଥାନୀୟ ଯୁବକ ମାନେ ଅନ୍ନ ପ୍ରସାଦ ବ୍ୟବସ୍ଥା ପରିଚାଳନା କରିଥିଲେ। ନର୍ଲାରୋଡ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିବରାତ୍ର ପାଳନ ହୋଇଥିବା ବେଳେ କମିଟିର ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ୱାଳ, ନନ୍ଦକିଶୋର ଜେନା, ରମେଶ ମହାରଣା, ପରମାନନ୍ଦ ବୁଦ୍ଧିଆ, ବିନାୟକ ମହନ୍ତ, ଅମର ରାଉତ, ସୁବାଷ ଚନ୍ଦ୍ର ବରାଡ, ସରୋଜ ବୁଦ୍ଧିଆ, ବିମଲ କୁମାର କେଡିଆ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂଜକ ପଣ୍ତିତ ନୃସିଂହ ଚରଣ ପାଢୀ, ନୀଳା ପାଢୀ ଓ ଶିବାଶିଷ ପାଢୀ ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ। ଶିବରାତ୍ର ଅବସରରେ ୧୬ ପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଞ୍ଚଳର ୭ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଶକୁନ୍ତଳା ସେନାପତି ଓ ଅଭି ସେନାପତି ଦମ୍ପତି କର୍ତ୍ତା ଦାୟୀତ୍ୱ ନିର୍ବାହନ କରିଥିଲେ। ପଣ୍ତିତ ଲକ୍ଷ୍ମୀକାନ୍ତ ମିଶ୍ର ଓ ସହଯୋଗୀ ଭାବରେ ବିମଳ ମହାପାତ୍ର, ନିରୋଜ ମହାପାତ୍ର, ସଞ୍ଜୟ ମହାପାତ୍ର ପ୍ରମୁଖ ନାମଯଜ୍ଞ ରେ ପୂଜନ କରିଥିଲେ। ସୋମବାର ସକାଳେ ଏହାର ପୂର୍ଣ୍ଣାହୁତି ପଡିଲା। ନର୍ଲାରୋଡ ଶିବରାତ୍ରୀରେ ୬ ହଜାର ରୁ ଉର୍ଦ୍ଧ୍ୱ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଶୃଙ୍ଖଳା ପାଇଁ ନର୍ଲା ପୋଲିସ ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା। ସାରା ଦେଶର ଶୈବପୀଠ ଗୁଡିକରେ ଶିବରାତ୍ରୀ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ଅନ୍ୟ ଶୈବପୀଠ ଗୁଡିକରେ ମଧ୍ୟ ମହା ଶିବରାତ୍ରୀ ଆଡମ୍ବର ସହକାରେ ପାଳିତ ହୋଇଥିଲା। ବଡି ଭୋରରୁ ଶିବମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିତ ଦେଖିବାକୁ ମିଳିଥିଲା। ନର୍ଲା ଅଞ୍ଚଳରେ ରହିଥିବା ଶୈବପୀଠ ଗୁଡିକ ମଧ୍ୟରେ ନର୍ଲା, ନର୍ଲାରୋଡ ନୀଳ କଣ୍ଠେଶ୍ୱର ଶିବ ମନ୍ଦିର, ଦେବଗିରୀ ଶୈବପୀଠ, ଖମ୍ବପଡା, ଭଟାଖମାର, ତୁଳାପଡା, ବିଲାଟ୍‌, କେରାଣ୍ଡିଖୁଣ୍ଟି, ଭୀମକେଲା, ଛତିକୁଡା, ମାଣ୍ଡେଲ, ରୁପ୍ରା ପ୍ରଭୃତି ଶିବ ମନ୍ଦିର ଗୁଡିକରେ ଶିବରାତ୍ର ଯୋଗୁଁ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.