ଦାବଯୋରୀରେ ଅଷ୍ଟ ପ୍ରହର ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଦାବଯୋରୀ ଗାଁ କାଳେଶ୍ଵର ମହାଦେବଙ୍କ ପୀଠରେ ମହାଶିବରାତ୍ର ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ଏଥିରେ ତରଣୀସେନ ପାତ୍ର, ଯଶୋବନ୍ତୀ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ସୀମା ପାତ୍ର କର୍ତ୍ତା ପୂଜକ ଦାୟିତ୍ୱ ତୁଲାଇଥିଲେ | ଭବାନୀଶଙ୍କର ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିଲେ | ଦାବଯୋରୀ, ବିଳାସପୁର, ଝିମନପାଲି, କରମତଲା, ଦୁକାଲଘାଟ ଆଦି ସଂକୀର୍ତ୍ତନ୍ୟ ଦଳ ନାମଯଜ୍ଞରେ ଅଂଶଗ୍ରହଣ କରିଥିଲେ | ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଥିଲା | ସଞ୍ଜୟ ପାତ୍ର, ଚତୁର୍ଭୁଜ ବକୁଲ, ଦାନୀ କର୍ଣ୍ଣ, ନାରାୟଣ ଚହଳିଆ, ସୁଦର୍ଶନ ପଧାନ, ଭୀଷ୍ମ ଦେହେରୀ, ଗୋପାଳ କର୍ମୀ, ଫକୀର କଲତା, ଅକ୍ଷୟ କର୍ମୀ, ଶଙ୍କର ମେର୍ଲି, ବଶିଷ୍ଠ ପାତ୍ର, ବୈଦାର କଲତା, ଅଇଁଠୁ ପାତ୍ର, ଚନ୍ଦ୍ରଭାନୁ ଶତପଥିଙ୍କ ସମେତ ଗ୍ରାମବାସୀ ନାମଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ | ଶେଷରେ ବିନୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.