ଟିକ୍ରାପଡ଼ାରେ କଂସ ଦରବାର: ପୁତନା, ଷଡ଼ମଲ୍ଲ, ବକାସୁର, ଷଣ୍ଢାସୁର ବଧ ଅଭିନୀତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ାରେ ୬୩ ତମ ମହାଶିବରାତ୍ର ମେଳା ଅବସରରେ ଚାଲିଛି ମହାରାଜ କଂସଙ୍କ ରାଜୁତି | ସୋମବାର ତୃତୀୟ ରଜନୀରେ ପୁତନା, ଷଡ଼ମଲ୍ଲ, ବକାସୁର ଓ ଷଣ୍ଢାସୁର ବଧ ମଞ୍ଚସ୍ଥ ହୋଇଥିଲା | କଂସ ଦରବାରରେ ସାଂସଦ ପ୍ରତିନିଧି ଅକ୍ଷୟ ରଣା, କମିଟି ସଭାପତି ଦିଲୀପ ରାଜପଲିଆ, ଟିଟିଲାଗଡ଼ ତହସିଲଦାର ଶଙ୍କର ବାଗ, ସରପଞ୍ଚ ନରେନ୍ଦ୍ର କଲେତ, ଆଇନଜୀବୀ ଗୁଣ୍ଡୁ ପାଣିଗ୍ରାହୀ, ସାମାଜିକ କର୍ମୀ ସବ୍ୟସାଚୀ ମାଝୀ (ବୁଲୁ), ବାବୁ ପଣ୍ଡା, ତ୍ରିନାଥ ଯୋଶୀ, ଭକ୍ତବନ୍ଧୁ ପଶାୟତ, ଆଇନଜୀବୀ ରାଧାକୃଷ୍ଣ ମିଶ୍ର, ଜନ୍ମେଜୟ ରାଜପଲିଆ ରାଜକୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ | ଏହି ଅବସରରେ ରାଜକୀୟ ଅତିଥିଙ୍କୁ ମହୋତ୍ସବ କମିଟି ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ଅନ୍ତର୍ଯ୍ୟାମୀ ରାଜପଲିଆ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ | ଟିକ୍ରାପଡ଼ା ହାଇସ୍କୁଲରେ ଶିକ୍ଷକତା କାଳରେ ମୁଁ ଓଏଏସ ପାଇଲି | ଟିକ୍ରାପଡ଼ା ମାଟିକୁ ମୁଁ ପ୍ରଣାମ କରୁଛି | କଠିନ ପରିଶ୍ରମ, ଆତ୍ମ ବିଶ୍ୱାସ ଓ ଦୃଢ ମନୋବଳ ହିଁ ସଫଳତାର ଚାବିକାଠି ବୋଲି ତହସିଲଦାର ଶ୍ରୀ ବାଗ ପ୍ରକାଶ କରିଥିଲେ | ପ୍ରଖ୍ୟାତ ଅଭିନେତା ରବୀନ୍ଦ୍ର କୁମାର ସାହୁ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ | ଶିଶୁ ସୈନିକ ବିଦ୍ୟାଳୟ, ଟିକ୍ରାପଡ଼ାର ଛାତ୍ରୀ ପ୍ରିୟାଂଶୀ ବଗର୍ତ୍ତୀ, ଲକ୍ଷ୍ମୀ ଧରୁଆ, ସୁଦୀପ୍ତା ରାଜପଲିଆ, ତ୍ରିଷ୍ଣା ରାଜପଲିଆ, ରୁତ୍ୱୀକା ରାଜପଲିଆ, ପ୍ରିୟାଂଶୀ ରାଜପଲିଆ ତଥା ଲୋଇସିଂହାର ‘ସଙ୍ଗୀତ ସାଧନା’ କଳାକାର ନୃତ୍ୟ, ଗୀତ ପରିବେଷଣ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.