କଂସ ଦରବାର: ଅନ୍ତିମ ରଜନୀରେ କଂସ ବଧ; ଉଠିଲା ଟିକ୍ରାପଡ଼ା ବ୍ଲକ ଦାବି

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ାରେ ୬୩ତମ ମହାଶିବରାତ୍ର ମେଳା ଅବସରରେ ଚାରି ଦିନ ଧରି ଚାଲିଥିବା ‘କଂସ ଦରବାର’ ଉଦଯାପିତ ହୋଇଯାଇଛି | ମଙ୍ଗଳବାର ଅନ୍ତିମ ରଜନୀରେ ‘ ଶ୍ରୀକୃଷ୍ଣ ଭଗବାନଙ୍କ ଦ୍ୱାରା କଂସ ବଧ’ ପ୍ରସଙ୍ଗ ମଞ୍ଚସ୍ଥ ହୋଇଥିଲା | କଂସ ଦରବାରରେ ସାଂସଦ ପ୍ରତିନିଧି ଅକ୍ଷୟ ରଣା, କମିଟି ସଭାପତି ଦିଲୀପ ରାଜପଲିଆ, ମିଡ଼ିଆ ସେଲ ସଂଯୋଜକ ରମାକାନ୍ତ ରାଜପଲିଆ, ଆଇନଜୀବି ଆଶିଷ ଚନ୍ଦନ, ବିଧାୟକଙ୍କ ଟିଟିଲାଗଡ଼ ବ୍ଲକ ପ୍ରତିନିଧି ମୁକେଶ ଜୈନ, ବିଜେପି ନେତା ମହେନ୍ଦ୍ର ଠାକୁର, ଅବସରପ୍ରାପ୍ତ ଶିକ୍ଷକ ସଂକୀର୍ତ୍ତନ ବାଗ, କୋଶଲ ମୁକ୍ତି ମୋର୍ଚ୍ଚା ବ୍ଲକ ସଭାପତି ତରଣୀସେନ ବିନ୍ଧାଣି, ଧୁମାଭଟା ସରପଞ୍ଚ ବନମାଳୀ ନାୟକ ରାଜକୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ | ରାଜ୍ୟ ସରକାରଙ୍କ କଳା ଓ ସଂସ୍କୃତି ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ୬ଟି ସାଂସ୍କୃତିକ ଦଳ କଂସ ଦରବାର କାର୍ଯ୍ୟକ୍ରମରେ ସେମାନଙ୍କ କଳା ନୈପୂଣ୍ୟ ପ୍ରଦର୍ଶନ କରିଥିବା ନେଇ ମହୋତ୍ସବ ପରିଚାଳନା ସମିତି ତରଫରୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂ ଦେଓଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା | ଆଇନଜୀବୀ ଶ୍ରୀମଦ୍ ପାଣିଗ୍ରାହୀ (ଘୁଣ୍ଡୁ), ଅନ୍ତର୍ଯ୍ୟାମୀ ରାଜପଲିଆ ମଞ୍ଚ ସଞ୍ଚାଳନ କରିଥିଲେ | ଟିକ୍ରାପଡ଼ା ବ୍ଲକ ଦାବି ଯଥାର୍ଥ | ଏହା ଦ୍ୱାରା ଅଞ୍ଚଳର ସାମଗ୍ରିକ ବିକାଶ ସାଧିତ ହୋଇପାରିବ ବୋଲି ବକ୍ତାଗଣ ମତ ପ୍ରକାଶ କରିଥିଲେ | ପ୍ରଖ୍ୟାତ ଅଭିନେତା ରବୀନ୍ଦ୍ର କୁମାର ସାହୁ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ | ବରଗଡର ସୁନାମଧନ୍ୟ ସାଂସ୍କୃତିକ ଅନୁଷ୍ଠାନ ‘କଳାଜୀବି’ର କଳାକାର ନୃତ୍ୟ, ଗୀତ ପରିବେଷଣ କରିଥିଲେ | ସରପଞ୍ଚ ନରେନ୍ଦ୍ର କଲେତଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅଦୀପ ପାତ୍ର, ହୃଦାନନ୍ଦ ରାଜପଲିଆ, ଅରୁଣ ରାଜପଲିଆ, ଜୟଗୋପାଳ ଚନ୍ଦନ, ଶିକ୍ଷାବିତ ଅରବିନ୍ଦ ସୁପକାର, କିଶୋର ବେହେରା, ଆଇନଜୀବୀ ଗୌରଚନ୍ଦ୍ର ରାଜପଲିଆ, ବିଶ୍ୱନାଥ ସୁଆର, ସାମ୍ବାଦିକ ଭଗବାନ ରାଜପଲିଆଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.