ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର ଜିଲ୍ଲାର ଅନ୍ୟତମ ସହଶିକ୍ଷା ଅନୁଷ୍ଠାନ ବଳାଙ୍ଗୀ ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଶାନ୍ତି ଶୃଙ୍ଖଳାରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ରତ୍ନାକର ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବାଲେଶ୍ବର ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ଯୋଗ ଦେଇ ସମୟର ସଦୁପଯୋଗ ଓ ପରିଶ୍ରମ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ କିପରି ସ୍ବ ସ୍ବ ପ୍ରତିଷ୍ଠିତ କରାଇଥାଏ, ତାହା ଅଭିଭାଷଣରେ ଉଲ୍ଲେଖ କରିଥିଲେ। ବିଶିଷ୍ଟ ସାହିତ୍ୟିକ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କହିଥିଲେ ଯେ ଆମ ଚତୁର୍ପାର୍ଶ୍ୱର ପୃଥିବୀରେ ଅନେକ ଜ୍ଞାନ ଓ ସମ୍ପଦ ଭଣ୍ଡାରର ଚାବି ରହିଛି। ଏହି ଚାବିକୁ ଖୋଲି ପାରିଲେ ଜୀବନ ଐଶ୍ଵର୍ଯ୍ୟ ବିମଣ୍ଡିତ ହୋଇପାରିବ। ସମ୍ମାନିତ ଅତିଥି ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ବିମଳ ଜେନା ଯୋଗଦେଇ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ ମାତୃଭାଷାର ପ୍ରତିଟି ଅକ୍ଷର ମାଆ ମୁହଁ ପରି ଦେଖାଯାଏ। ବସନ୍ତର ଦ୍ୟୋତକ ଯୌବନ ସମୟକୁ ମାତୃଭାଷା, ମାତୃଭୂମି ପ୍ରତି ଉତ୍ସର୍ଗ କରିପାରିଲେ ଜୀବନ ମହନୀୟ ହୋଇଥାଏ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ କବି ତଥା ଶିକ୍ଷାବିତ ମଧୁସୂଦନ ମିଶ୍ର ଯୋଗ ଦେଇ ଛାତ୍ରଜୀବନ କିପରି ବିବିଧ ସୁଗୁଣ ଦ୍ୱାରା ମହନୀୟ ହୋଇପାରିବ ତାହା ଉଲ୍ଲେଖ କରିଥିଲେ। ଓଡ଼ିଆ ଅଧ୍ୟାପକ ଡକ୍ଟର ସାରଙ୍ଗଧର ତ୍ରିପାଠୀ ଅତିଥିମାନଙ୍କୁ ମଞ୍ଚ ଆହ୍ବାନ କରିଥିବା ବେଳେ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ପ୍ରବୋଧ କୁମାର ପତି ବେଦପାଠ କରିଥିଲେ।କଲେଜର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ସୁରୁଚି ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ଅପରାହ୍ଣରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ଅଧ୍ୟାପକ ମନୋଜ କୁମାର ନାୟକ, ଅଜୟ କୁମାର ମହାକୁଡ଼, ସୁରେନ୍ଦ୍ର ପଣ୍ଡା, ବିଶ୍ୱଜିତ ପ୍ରଧାନ, ରୂପକ ବେହେରା, ସଞ୍ଜୟ ଦେ, ପ୍ରହଲ୍ଲାଦ କୁଅଁର, ପ୍ରଭାତ ସ୍ୱାଇଁ, ଅଧ୍ୟାପିକା ତନୁଶ୍ରୀ ପୋଥାଳ, ମନସ୍ୱିନୀ ଦାସ, ନମିତା ଦତ୍ତ, ଗୋପାଳି ଦାସ, ମୋନାଲିନା ଦାସ, ଇପ୍ସିତା ପାତ୍ର, ପ୍ରିୟଙ୍କା ପାତ୍ର, ପ୍ରୀତିରେଖା ପାତ୍ର, ସନ୍ତୋଷ ପଣ୍ଡା, ସତ୍ୟବ୍ରତ ସାମଲ, ହରେକୃଷ୍ଣ ବାରିକ, ସୁଶାନ୍ତ ଦାସ, ଦେବାଶିଷ ଦାଶ, ରତ୍ନାକର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.