ମାଣ୍ଡେଲ ୧୬ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୁତି ପଡିଲା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୧୫/୨ ରବିବାର ମହାଶିବରାତ୍ରୀ ଅବସରରେ ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଶ୍ରୀ ଶ୍ରୀ କାଳେଶ୍ବର ବାବା ଙ୍କର ମନ୍ଦିର ଠାରେ ଷୋହଳ ପ୍ରହର ନାମ ଯଜ୍ଞ ଆରମ୍ଭ ହୋଇ ୧୭/୨ ମଙ୍ଗଳବାର ସକାଳେ ଏହାର ପୂର୍ଣ୍ଣାହୁତି ପଡିଛି। ଏ ନେଇ ଶନିବାର ଅପରାହ୍ନ ଚାରିଟା ବେଳେ ସ୍ଥାନୀୟ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ରାତିରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ନାମ ଯଜ୍ଞ ରେ ଆୟୋଜକ ମାଣ୍ଡେଲ ଦଳ ସମେତ ଜିଲ୍ଲା ତଥା ଜିଲ୍ଲା ବାହାରୁ ୯ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ। ଅଞ୍ଜୁଲତା ବାରିକ ଓ ଅନନ୍ତ ବାରିକ ଯଜ୍ଞ କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରିଥିବା ବେଳେ ପଣ୍ଡିତ ଅର୍ଜ୍ଜୁନ ମିଶ୍ର ପୂଜକ ପଣ୍ଡିତ ଓ ରାଜେଶ ପାଢ଼ୀ ଜପକ ଭାବରେ ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ। ସଭାପତି ମାର୍କଣ୍ଡ ଜାଲ ଓ ସମ୍ପାଦକ ନିର୍ମଳ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଶରତ କୁମାର ଭୋଇ, ଅଚ୍ୟୁତ ବାରିକ, ଉପସଭାପତି ଘନଶ୍ୟାମ ଭୋଇ, ଦୟାନିଧି ଭୋଇ, ସହସଂପାଦକ ଡିଙ୍ଗର ବାରିକ, ପିତାମ୍ବର ରଣା, ସହ କୋଷାଧ୍ୟକ୍ଷ ଭାବରେ କୁମୁଦ ବାରିକ ଓ ଦେବରାଜ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉପଦ୍ଦେଷ୍ଟା ମଣ୍ଡଳୀ ଓ ସକ୍ରିୟ କର୍ମକର୍ତ୍ତା ଭାବରେ ବ୍ରହ୍ମା ନନ୍ଦ କେତକୀ, ଯୋଗିନ୍ଦ୍ର ସାହୁ, ନାରାୟଣ ଜାଲ ପ୍ରମୁଖ ନମଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ। ମଙ୍ଗଳବାର ସକାଳେ ଏହି ୧୬ ପ୍ରହର ନାମଯଜ୍ଞ ର ପୂର୍ଣ୍ଣାହୁତି ପଡ଼ିବା ସହ ସଙ୍କୀର୍ତ୍ତନ ମଣ୍ଡଳୀ ନଗର କୀର୍ତ୍ତନ ଓ ଦଧିହାଣ୍ଡି ନଗର ପରିକ୍ରମା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.