କଳସ ଯାତ୍ରାରୁ ଆରମ୍ଭ ହେଲା ରାକ୍ସି ରାଧାକୃଷ୍ଣ ମନ୍ଦିର ରତ୍ନମୁଦ ଉତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତ ର ରାକ୍ସୀ ରେ ନବ ନିର୍ମିତ ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ ଉତ୍ସବ ବୁଧବାର କଳସ ଯାତ୍ରା ରୁ ଆରମ୍ଭ ହୋଇଯାଇଛି। ଯୋଡ଼ାବନ୍ଧ ନଦୀରୁ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ରାକ୍ସି ସଙ୍କୀର୍ତ୍ତନ ମଣ୍ଡଳୀ ଓ ନର୍ଲାର ଘୁମୁରା ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ। ଯଜ୍ଞ ବେଦୀରେ କଳସ ସ୍ଥାପନ ପରେ ପୂଜନ ବିଧି ଆରମ୍ଭ ହୋଇଥିଲା। ୧୮ ଓ ୧୯ ଦୁଇଦିନ ଧରି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହୋମ ଯଜ୍ଞ ଅନୁଷ୍ଠିତ ହେବ। ସଂଧ୍ୟାରେ ବଲାଙ୍ଗୀର ର ଝିଅ ପାଲା ଓ ବରଗଡ ର ରାମାୟଣ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ। ୨୦ ପେବୃୟାରୀ ସକାଳୁ ନବ ନିର୍ମିତ ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ ରେ ଶସ୍ୟ, ମୁଦ୍ରା, ସ୍ଵର୍ଣ୍ଣ, ରୌପ୍ୟ ଓ ଅନ୍ୟାନ୍ୟ ଧାତୁ ଭର୍ତ୍ତି କରିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାକ୍ସୀ ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ବିଶ୍ୱାଳ ଓ ସମ୍ପାଦକ ବିଜୟ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଗ୍ରାମର ଯୁବ ପିଢୀ ଠୁଁ ଆରମ୍ଭ କରି ଆବାଳ ବୃଦ୍ଧ ବନୀତା ସାମିଲ ରହିଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.