କଳାହାଣ୍ଡି ଲେଖିକା ସଂଘର ୨୫ତମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କଳାହାଣ୍ଡି ଲେଖିକା ସଂଘର ୨୫ତମ ବାର୍ଷିକ ଉତ୍ସବ ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆଗାମୀ ମାର୍ଚ୍ଚ ୧ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ସ୍ଥାନୀୟ ସରସ୍ଵତୀ ବିଦ୍ୟା ମନ୍ଦିର, ବ୍ରଜବିହାର ଠାରେ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲେଖିକା ସଂଘ ସଭାପତି ସୁଦେଷ୍ଣା ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି  ବୈଠକରେ ଆଗାମୀ ବାର୍ଷିକ ଉତ୍ସବକୁ ନେଇ ଆଲୋଚନା ହୋଇଥିଲା। ସମସ୍ତ ସଭ୍ୟାଙ୍କ ନିଷ୍ପତ୍ତି କ୍ରମେ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଡ. ପଲ୍ଲିଶ୍ରୀ ପଟ୍ଟନାୟକଙ୍କୁ ‘ସାହିତ୍ୟ ସମ୍ମାନ’, କବୟତ୍ରୀ ଦୀପ୍ତି ମୁଣ୍ଡଙ୍କୁ ‘ଯୁବକବି ସମ୍ମାନ’, ତ୍ରିବେଣୀ ବିଶୋୟୀଙ୍କୁ ‘ସମାଜସେବୀ ସମ୍ମାନ’ ଏବଂ ଯଶୋଦା ଜାଲଙ୍କୁ ‘ମାତୃଶ୍ରୀ ସମ୍ମାନ’, ଚିତ୍ରଶିଳ୍ପୀ ସ୍ମିତାରାଣୀ ରଥଙ୍କୁ ‘ପ୍ରଚ୍ଛଦପଟ ଶିଳ୍ପୀ ସମ୍ମାନ’ ପ୍ରଦାନ କରାଯିବ। ଚଳିତ ବର୍ଷ ପାଇଁ କଳାହାଣ୍ଡି ଜିଲ୍ଲା ଛାତ୍ରୀ ମାଟ୍ରିକ ଗାର୍ଲସ ଟପର ଏବଂ କଳାହାଣ୍ଡିର ପାଞ୍ଚଜଣ ବୀର ସୈନିକଙ୍କୁ ସ୍ଵତନ୍ତ୍ର ଭାବେ ସମ୍ମାନୀତ କରାଯିବ। ଏଥିରେ କଳାହାଣ୍ଡି ଲେଖିକା ସଂଘର ବାର୍ଷିକ ମୁଖପତ୍ର ‘କଳ୍ପିତା’ ଲୋକାର୍ପିତ ହେବ। କାର୍ଯ୍ୟକ୍ରମରେ ଯୁବ କବୟତ୍ରୀ ଐଶ୍ବର୍ଯ୍ୟା ପ୍ରଧାନଙ୍କର କବିତା ସଂକଳନ ‘ଶେଷ ଭୋଗ’ର ମଧ୍ୟ ଶୁଭ ଉନ୍ନୋଚିତ ହେବ। ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ସାରଳା ପୁରସ୍କାରପ୍ରାପ୍ତ ଜୟନ୍ତ ବେହେରା, ଅତିଥି ଭାବେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ନିହାରେନ୍ଦ୍ର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ, ମା ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟ କୁଳପତି ଡ. ନିବେଦିତା ନାଥ, ଓଡ଼ିଶା ସାହିତ୍ୟ ପରିଷଦର ସଭାପତି ଶକୁନ୍ତଳା ବଳିଆରସିଂହ, ସୁନାମଧନ୍ଯ ସାହିତ୍ୟିକା ଯଶୋଧାରା ମିଶ୍ର, ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକ ସୁଦର୍ଶନ ଦାସ, ଲୋକ ସଭା ସଦସ୍ୟା ଶ୍ରୀମତି ମାଳବିକା ଦେବୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳ୍ପନା ରଥ, ସବିତା ଶତପଥୀ, ଆନନ୍ଦିନୀ ପାତ୍ର, ସ୍ଵର୍ଣ୍ଣକାନ୍ତି ବୈକାର, ସଂଘମିତ୍ରା କାନୁନଗୋ, ରୀତା ପାଟ୍ଟଯୋଶୀ, ମଞ୍ଜୁରାଣୀ ରଥ, ମୀନା ମୁଣ୍ଡ, ମୀନତି ପ୍ରଧାନ, ଐଶ୍ବର୍ଯ୍ୟା ପ୍ରଧାନ, ବନଶ୍ରୀ ଦାଶ, ଦୀପ୍ତି ମୁଣ୍ଡ, ବିଳାସିନୀ ମହାପାତ୍ର, ଝରଣା ପାଢୀ, ସୁଚିସ୍ମିତା ରାଉତ, କବିତା ମୁଣ୍ଡ, ମମତା ପଟ୍ଟନାୟକ, ମମତା ସାହୁ, ନାହେଦା ସାହିନ, ନିବେଦିତା ମହାନ୍ତି, ପ୍ରିୟଦର୍ଶିକା ପ୍ରଧାନ, ସବିତା ଦାଶ, ସନ୍ଧ୍ୟାରାଣୀ ବେହେରା, ସଂଯୁକ୍ତା ମୁଣ୍ଡ, ରଶ୍ମିରାଣୀ ରଥ, ସୌଦାମିନି ଭୋଇ, ତପସ୍ୱିନୀ ପଣ୍ଡା, କବିତା ମୁଣ୍ଡ, ଲୀନା ଦାସ, ସସ୍ମିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦିକା କଳ୍ପନା ରଥ ପରିଚାଳନା କରିଥିବାବେଳେ କବି ସବିତା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.