ମୁରସିଙ୍ଗ ୟୁପି ସ୍କୁଲରେ ମାତୃଭାଷା ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ କର୍ମେ ଗାଁ ଗ୍ରାମ ପଞ୍ଚାୟତ ର ମୁରସିଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମାତୃଭାଷା ଦିବସ ପାଳନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ସି ଆର ସି ସି ବିଜୟ ସୁନା ଉପସ୍ଥିତ ରହି ମାତୃଭାଷା ର ତାତ୍ପର୍ଯ୍ୟ ଓ ଏହାର ଗୁରୁତ୍ୱାରୋପ କରି ମାର୍ଗଦର୍ଶନ ଦେଇଥିଲେ। ପ୍ରଧାନ ଶିକ୍ଷକ ଶରତ କୁମାର ଭୋଇ ପ୍ରଥମେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସତ୍ୟନାରାୟଣ କ୍ଷେତି, ପୂଜାମଞ୍ଜରୀ ନାଏକ, ସସ୍ମିତା ସ୍ଵାଇଁ, ଶିଶୁ ସେବିକା ମମତା ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ଶରତ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.