ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଲକ ସ୍ଥିତ ଡୁମେରବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆନୁକୁଲ୍ୟରେ ସ୍ବଚ୍ଛତା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ସ୍କୁଲର ଛାତ୍ରଛାତ୍ରୀ ଏବଂ ସମସ୍ତ ଶିକ୍ଷକ ଉକ୍ତ ଗ୍ରାମର ପୋଖରୀକୁ ଯାଇ ଅଳିଆ ଆବର୍ଜନା ସଫାକରିକି ଅଞ୍ଚଳ ବାସୀଙ୍କୁ କିପରି ଆଗକୁ ନିଜ ଗାଁ ର ପୋଖରୀ କୁ ସଫା ରଖିବେ ଏହି ସନ୍ଦେଶ ଦେଇଛନ୍ତି। ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ବହିଦାରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ସ୍କୁଲର ସହକାରୀ ଶିକ୍ଷକ ବିନୋଦ ବିହାରୀ ବିଶି, ଲୋଟସ ତ୍ରୀପାଠୀ, ଶୁଭଶ୍ରୀ ମାଝୀ, ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ସମ୍ପାଦକ ମିଲନ କୁମାର ଭୋଇ, ସକ୍ରିୟ ସଦସ୍ୟ ଅସୀମ ଭୋଇ ଙ୍କ ସମେତ ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।





