ଓଡ଼ିଆ ବାର୍ତ୍ତା/ କର୍ଲାମୁଣ୍ଡା/ ପଲମ (ରମେଶ ଚନ୍ଦ୍ର ପୁଟେଲ/ ଧବଳେଶ୍ଵର ଦୀପ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ପଲମ ପଞ୍ଚାୟତ ସ୍ଥିତ ରାସ୍ତାମାଲ ପଡ଼ାରେ ୨୨ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ଵ ଶାନ୍ତି ଷୋହଲ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ୨୨ ତାରିଖ ଦିନ ଗଙ୍ଗାବରଣ, ଅଧିବାସ, କଳସ ଯାତ୍ରା। ୨୩ ତାରିଖ ଦିନ ପ୍ରହରର ନାମ ଆରମ୍ଭ। ୨୫ ତାରିଖ ଦିନ ପୂର୍ଣ୍ଣାହୁତି ଏବଂ ନଗର ପରିକ୍ରମା ପରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ଏହି ଯଜ୍ଞରେ କର୍ତ୍ତା ଭାବରେ ଗ୍ରାମର ଭକ୍ତଚରଣ ମାଝୀ ଓ ତାଙ୍କ ସ୍ତ୍ରୀ ଜ୍ୟୋସ୍ନା ମାଝୀ ରହି ଭଗବାନଙ୍କ ପାଖରେ ପୂଜା ଅର୍ଚ୍ଚନା କରିଥିଲେ। ସପ୍ତ ଋଷି ଭାବରେ ରାଜେନ୍ଦ୍ର ମାଝୀ, ସିମାଞ୍ଚଳ ମାଝୀ, ମହିରାଜ ମାଝୀ, ବିଭୂତି ମାଝୀ, ହର ମାଝୀ, ଆଦିତ୍ୟ ମାଝୀ, ପୂର୍ଣ୍ଣଚନ୍ଦ୍ର ମାଝୀ ରହି ପ୍ରତ୍ୟେକ ପୂଜା କାର୍ଯ୍ୟ କରିଥିଲେ। ପୂଜକ ଭାବେ ଭୂଲା ଶଙ୍କର ମିଶ୍ର ଏବଂ ଜପକ ଭାବେ ଉମାଶଙ୍କର ମିଶ୍ର ଓ ପାଚକ ଭାବେ ଚବିଚନ୍ଦ୍ରଗୁରୁ ରହି ପ୍ରତ୍ୟେକ ପୂଜା କାର୍ଯ୍ୟ କରିଥିଲେ। ଏହି ନାମ ଯଜ୍ଞରେ ୧୨ଗୋଟି ସଂକିତନ୍ୟ ଦଳ ଯୋଗଦାନ ଦେଇ ନାମ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଭକ୍ତମାନେ ଯୋଗଦାନ ଦେଇ ପୂଜା ସମାପନ କରିଥିଲେ।





