ରାୟଗଡ,୨୫/୮ : ରାୟଗଡ ସହରର ଥିବା କ୍ଳବ ଦ ୟଙ୍ଗ ଇଣ୍ଡିଆ ତରଫରୁ ସ୍ଥାନୀୟ ହୋଟେଲ ସତ୍ୟମ ରେସିଡେନ୍ସି ଠାରେ ବିଭିନ୍ନ ସ୍କୁଲ ଛାତ୍ରଙ୍କ ନେଇ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି । ଏଥି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ. ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଏହାର ଉଦଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ୧୫ଟି ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । କୃଷ୍ଣବେଶ ଧାରଣ କରି ଛାତ୍ରଛାତ୍ରୀମାନେ ତାଙ୍କ କଳା ପଦର୍ଶନ କରିଥିଲେ । ୪୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ପ୍ରଥମ ପୁରସ୍କାର ପ୍ରତୀକ ଶତପଥି, ଏଲପିଜିଏ ସ୍କୁଲ ଜେକେପୁର, ଦ୍ୱିତୀୟ ପୁରସ୍କାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଙ୍ଗ୍ୟାଶ୍ରୀ ନନ୍ଦ ଓ ତୃତୀୟ ପୁରସ୍କାର ଧନୁଶ୍ରୀ ନାଲାଙ୍କୁ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ସ୍କୁଲ ୧୦ଜଣ ଛାତ୍ରଛାତ୍ରୀଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ କ୍ଳବର ସଭାପତି ସୁରେନ୍ଦ୍ର ସାହୁ, ସଂପାଦକ ଦୀପକ କୁମାର ପୃଷ୍ଟି, ଉପସଭାପତି ୱାଇ.ଆର.ରାଓ ଓ ଅଧ୍ୟକ୍ଷ ଭେଙ୍କେଟି ଉପସ୍ଥିତ ରହିଥିବା ବେଳେ ପ୍ରତ୍ୟେକ ସ୍ତରର ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଗୁରୁଜୀମାନେ ଯୋଗ ଦେଇଥିଲେ । ଏହି ଉତ୍ସବରେ ବିଚାରକ ଭାବେ ନରେନ୍ଦ୍ର ମିଶ୍ର, ଟୁନା ମିଶ୍ର ଓ ରିତାରାଣୀ ମିଶ୍ର ଦାୟିତ୍ୱ ତୁଲାଇଥିଲେ ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Like us on Facebook👇
http://facebook.com/odiabarta