କୋକସରା ଠାରେ ଖୋଲିଲା ଜେ.ଏମ୍.ଏଫ୍.ସି. କୋର୍ଟ

ଏବେ ହାତ ପାଆନ୍ତାରେ ନ୍ୟାୟ ପାଇବେ କୋକସରା ଅଞ୍ଚଳବାସୀ

କଳାହାଣ୍ଡି ୨୬/୮ :କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦରମହକୁମା ଠାରେ ବହୁ ପ୍ରତିକ୍ଷିତ ଜେ.ଏମ୍.ଏଫ୍.ସି. କୋର୍ଟ ସୋମବାର ସେସନ୍ ଜିଲ୍ଲା ଜର୍ଜ ଶିଶୀର କୁମାର ରଥଙ୍କ ଦ୍ୱାର ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ପୋଲିସ ଷ୍ଟେସନ ଠାରୁ ଏକ ବିରାଟ ଶେଭାଯାତ୍ରାରେ ଜିଲ୍ଲା ଜର୍ଜଙ୍କୁ ଅଞ୍ଚଳବାସୀ ଓ ଆଇନଜୀବି ମାନେ ପାଛୋଟି ନୂତନ ଅଦାଳତ ପରିସରକୁ ନେଇଥିଲେ ।

ଅଦାଲତର ଶୁଭ ଉଦ୍ଘାଟନ ଜିଲ୍ଲା ସେସନ୍ ଜର୍ଜ ଶ୍ରୀଯୁକ୍ତ ରଥଙ୍କ କରକମଲରେ ହୋଇଥିବା ବେଳେ କୋକସରା ଓକିଲ ସଂଘର ସଭାପତି ପଞ୍ଚାନନ ବେଶ୍ରାଙ୍କ ସଭାପତିତ୍ୱରେ କୋର୍ଟ ପରିସରରେ ଏକ ସଭା ଆୟୋଜନ କରାଯାଇଥିଲା । ଏହି ଅବସରରେ ମୂଖ୍ୟ ଅତିଥି ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ରଥ ଯୋଗଦେଇଥିବା ବେଳେ ରାଜ୍ୟ ବାର କାଉନସିଲ ସଦସ୍ୟ ମାନସ କୁମାର ଚାନ୍ଦ, କୋକସରା ନୂତନ ଜର୍ଜ ଅଭିନନ୍ଦନ ନନ୍ଦ, ସିଜେଏମ୍ ରଜଂନ କୁମାର, ସଂପାଦକ ଲଲିତ କୁମାର ଦାସ ପ୍ରମୂଖ ମଞ୍ଚାସୀନ ହୋଇଥିଲେ । ଅତିଥି ମାନେ ନିଜ ବକ୍ତବ୍ୟରେ ଏହି ଅଂଚଳର ଲୋକେ ହାତ ପାଆନ୍ତାରେ ନ୍ୟାୟ ପାଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

 

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଧର୍ମଗଡ ବିଧାୟକ ମହୋଷଧି ବାଗ, ପୂର୍ବତନ ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓ, କୋକସରା ତହସିଲଦାର ମୌସୁମୀ ନାୟକ, ବିଡିଓ ବସନ୍ତ କୁମାର ସେଠୀ ପ୍ରମୂଖ ଯୋଗଦେଇଥିଲେ । କୋକସରା ଓକିଲ ସଂଘର ଉପ-ସଭାପତି ଲକ୍ଷ୍ମିକାନ୍ତ ଖମାରୀ ମଂଚ ପରିଚାଳନା କରିଥିବା ବେଳେ ଅଜିତ କୁମାର ପଟ୍ଟନାୟକ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଓପଢୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ସହ-ସଂପାଦକ ଲକିଧର ମେହେର ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନ ସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in
Like us on Facebook 👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.