ସୋନପୁର,୨୬/୮ : ସାଧାରଣ ଜନତାଙ୍କୁ ଉତ୍ତମ ମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଚାଲିଛନ୍ତି । କିନ୍ତୁ ସୁଧୁରି ପାରୁନାହଁ ସୁବର୍ଣ୍ଣପୁର ସଦର ଡାକ୍ତରଖାନାର ଅବସ୍ଥା । ବର୍ଷ ବର୍ଷ ଧରି ନାନା ସମସ୍ୟାରେ ଛନ୍ଦି ହୋଇ ଏହା ରୋଗିଣା ହେବାକୁ ବସିଛି । ବର୍ତ୍ତମାନ ସମୟର ମୁଖ୍ୟ ସମସ୍ୟା ହେଲା ଡାକ୍ତର, ବିଶେଷଜ୍ଞ ଓ କର୍ମଚାରୀ ଅଭାବ । ଯାହାଫଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇପଡିବା ସହ ଏଠକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଅଧିକ ଚିକିତ୍ସା ପାଇଁ ବଲାଙ୍ଗୀର କି ବୁର୍ଲା ଚାଲିଯିବାକୁ ବାଧ୍ୟ ହେଉଛନ୍ତି ।
ସେହିପରି ଏହି ଜିଲ୍ଲା ଡାକ୍ତରଖାନା ଅଧିନରେ ଥିବା ବିନିକା, ଡୁଙ୍ଗୁରୀପାଲି, ତରଭା, ଉଲୁଣ୍ଡା, ବୀରମହାରାଜପୁର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ରେ ମଧ୍ୟ ସମାନ ଅବସ୍ଥା ଲାଗିରହିଛି । ତେଣୁ ଏହାର ତ୍ୱରିତ ପ୍ରତିକାର ପାଇଁ ଅନେକ ଅନୁଷ୍ଠାନ, ସମାଜସେବି , ବିଦ୍ଧିଜିବି ଙ୍କ ତରଫରୁ ସୁବର୍ଣ୍ଣପୁରର ପୂର୍ବତନ ଓ ବର୍ତମାନର ଜିଲାପାଳଙ୍କୁ ଜଣାଇଥିଲେ ବି କିଛି ସୁଫଲ ମିଳିପାରୁନାହିଁ ।
ପ୍ରକାଶ ଥାଉକି ସୋନପୁର ସଦର ଡାକ୍ତରଖାନରେ କେତେବେଳେ ବେଡ ଅଭାବରୁ ରୋଗିଙ୍କୁ ବହୁ ସଂଖ୍ୟାରେ ତଳେ ସୋଇବାକୁ ପଡୁଛି । ଆଉଟ ଡୋରରେ ଆବଶ୍ୟକ ଡାକ୍ତର ଅଭାବରୁ ରୋଗି ଓ ସମ୍ପକୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ନିରାମୟ ଯୋଜନା ସତ୍ୱେ କିଛି ସାଧାରଣ ମେଡିସିନ ମଧ୍ୟ ବାହାରୁ କିଣିବାକୁ ପଡୁଛି । ବିଭିନ୍ନ ବିଭାଗରେ ଡାକ୍ତରଙ୍କ ଅଭାବ ଯୋଗୁ ଆବଶ୍ୟକ ଠାରୁ କମ ଯୋଗୁ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସଦର ଡାକ୍ତରଖାନା ବିଫଳ ହୋଇଛି ।
ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବିନିକା ଡ଼ୁଙ୍ଗୁରୀପାଲି, ଏସ.ରାମପୁର, ଉଲୁଣ୍ଡା, ସୋନପୁର ବ୍ଳକର ଲଛପୁର, ବିରମହାରାଜପୁର ବ୍ଲକ ଓ ପଡ ବୈାଦ୍ଧ ଜିଲ୍ଲା ର କଂଟାମାଲ ବ୍ଲକ ଆଦି ଅଂଚଳର ପ୍ରାୟ ସମସ୍ତ ଜନସାଧାରଣ ନିର୍ଭର କରୁଛନ୍ତି । ତେଣୁ ସମସ୍ତ ସମସ୍ୟାର ସମାଧାନ ସହ ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବାକୁ ଜନସାଧାରଣରେ ଦାବି ହେଉଛି ।
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
Like us on Facebook 👇