ଆଜିର୍ ବାରେ ନୂଆଖାଇ ଲୋକକଁର ମନ୍ ହରସ୍ ନାଇଁକି ସରସ୍ ନାଇଁ

ସୋନପୁର,୨୭/୮ : ଆଉ ୭ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୩ ତାରିଖରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ । ବର୍ଷକୁ ଥରେ ଆସୁଥିବା ଏହି ପର୍ବକୁ ନେଇ ପଶ୍ଚିମ ଓଡିଶାବାସୀଙ୍କ ମଧ୍ୟରେ ରହିଥାଏ ବେଶ ଉତ୍ସାହ ଓ ଉଦ୍ଦିପନା । କିନ୍ତୁ ପୁର୍ବରୁ ମରୁଡି ଚିନ୍ତା ଓ ଏବେ ବନ୍ୟା ଚିନ୍ତା ଏହି ପର୍ବକୁ ଫିକା କରିଦେଇଛି । ନୂଆଖାଇ ପାଇଁ ନୂଆଚୂଡା ଆବଶ୍ୟକ ରହିଥିବା ବେଳେ ଏହି ନୂଆ ଅର୍ଣ୍ଣକୁ ମାଁ ସମଲେଶ୍ୱରୀଙ୍କ ଠାରେ ଅର୍ପଣ କରି ସମସ୍ତେ ନୂଆ ଖାଇଥାନ୍ତି । ହେଲେ ଚଳିତ ବର୍ଷର ବିଳମ୍ବିତ ବର୍ଷା ଚାଷ କାର୍ଯ୍ୟକୁ ବାଧାପ୍ରାପ୍ତ କରିଛି । ନୂଆଖାଇ ସମୟରେ ଲୋକେ ରୁଆ ବେଉଷଣ କାର୍ଯ୍ୟ କରୁଛନ୍ତି । ଫଳରେ ଚିନ୍ତିତ ହୋଇପଡିଛନ୍ତି ଚାଷୀକୂଳ । ଆଉ ୭ ଦିନ ପରେ ନୂଆଖାଇ ଆସୁଥିବାରୁ କିପରି ନୂଆଧାନ ଆଣି ଚୁଡା କରିବେ ସେ ନେଇ ଚାଷୀ ଦ୍ୱନ୍ଦରେ ଅଛନ୍ତି । ସୁବର୍ଣ୍ଣପୁର ଜିଲା ଏକ କୃଷି ପ୍ରଧାନ ଜିଲା ହୋଇଥିବା ବେଳେ ଏଠାକାର ୯୦ ପ୍ରତିଶତ ଲୋକ କୃଷି କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ଏବେ ମଧ୍ୟ ଜିଲାର ୫୦ ପ୍ରତିଶତରୁ ଅଧିକ ଚାଷ ଜମିରେ ଚାଷ କାର୍ଯ୍ୟ ହୋଇନଥିବା ବେଳେ ପରେ କିନ୍ତୁ ତାହା ସୁରୁଖୁରୁ ଜାହାବି ଟିକେ ଚାଷ ହୋଇଥିଲା ତାହା ବି ବନ୍ୟା କିଛି ଉଜାଡି ଦେଲା । ତାହା ସଜାଡିବାକୁ ଏବେ ଚାଷୀ ଚାଷ କାର୍ଯ୍ୟରେ ଲାଗି ପଡିଛନ୍ତି । ଫଳରେ ଚଳିତ ବର୍ଷର ନୂଆଖାଇ ଧୁମଧାମରେ ପାଳିତ ହେବାର ସମ୍ଭାବନା ଯଥେଷ୍ଟ କମ ରହିଛି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.