ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସାରା ରାଜ୍ୟରେ ଅପ୍ରେଲ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ହେଉଅଛି। ଆମ ମାତୃଭାଷା ଓଡ଼ିଆ ଅସ୍ମିତା ସମସ୍ତଙ୍କ ମଧ୍ୟରେ ଜାଗୃତ କରିବାପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ରହିଛି। ଓଡ଼ିଆ ଭାଷା ସାହିତ୍ୟ ପ୍ରତି ସମସ୍ତଙ୍କର ରୁଚି ରହୁ। ଓଡ଼ିଆ ଭାଷା ସାହିତ୍ୟ ପ୍ରତି ସମସ୍ତଙ୍କର ଆଗ୍ରହ ସୃଷ୍ଟି ହେଉ । ଏହି କ୍ରମରେ କର୍ଲାପଡା ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ପକ୍ଷ-୨୦୨୬ ପାଳିତ ହୋଇଛି।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଯଥା ଗଳ୍ପ, କବିତା, ପ୍ରବନ୍ଧ ଇତ୍ୟାଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ତତ ସଙ୍ଗେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସମସ୍ତେ ଶପଥ ନେଇଥିଲେ।ଏହି କାର୍ଯ୍ୟକ୍ରମକୁ ଇତିହାସ ଅଧ୍ୟାପକ ରଞ୍ଜିତ ମେହେର, ଇଂରାଜୀ ଅଧ୍ୟାପକ ନବକିଶୋର ପ୍ରଧାନ, ସଂସ୍କୃତ ଅଧ୍ୟାପକ ଲଳିତ କୁମାର ପଣ୍ଡା, ଅଧ୍ୟାପିକା ମଧୁମିତା ଢଙ୍ଗଡ଼ାମାଝୀ, ଅର୍ଚ୍ଚନା ସା, ଶୁଭଶ୍ରୀ ପଣ୍ଡା ଙ୍କ ସମେତ ସମସ୍ତ ବିଦ୍ୟାଳୟ କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।





