ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ କେନ୍ଦୁଉଡ଼ାର ଠାରେ ଭୀମ ଆର୍ମି ଓ ଆମ୍ବେଦକର ୟୁଥ କ୍ଳବର ମିଳିତ ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ସମାରୋହରେ ପାଳିତ ହୋଇଛି | ଲକ୍ଷେ ଘର ଗଣ୍ଡା ସମାଜର ପଞ୍ଚାୟତ ସଭାପତି ମୋତିରାମ ବାଗଙ୍କ ଅଧ୍ୟକ୍ଷତା ତଥା ଈଶ୍ୱରଚନ୍ଦ୍ର ଗୁରଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଏପିଆଇର ରାଜ୍ୟ ଯୁଗ୍ମ ସମ୍ପାଦକ ନୀଳକଣ୍ଠ ନାଗ ମୁଖ୍ୟ ଅତିଥି, ସାମାଜିକ କର୍ମୀ ରାଜକୁମର କଲେତ, ଚନ୍ଦ୍ରକାନ୍ତି ହରପାଲ, ସତ୍ୟବସନ୍ତ ତାଣ୍ଡି, ରାଜେଶ କୁମାର ନାଗ, ଦୀପକ ନନ୍ଦ, ଶିବପ୍ରସାଦ ନାଗ, ମୀନକେତନ କଲେତ, ବିଜୟ କୁମାର ମଲ୍ଲିକ, ପରମା ହରପାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ | ମନ୍ଧର ଦୀପ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ | ଅତିଥିଗଣ ବାବା ସାହେବଙ୍କ ଜୀବନୀ ଉପରେ ଆଲୋକପାତ କରି ସମାନତା, ସାମାଜିକ ନ୍ୟାୟ ଓ ଭ୍ରାତୃତ୍ୱ ଆଧାରିତ ଏକ ସୁସ୍ଥ, ଶୃଙ୍ଖଳିତ ସମାଜ ଗଠନରେ ଡ. ଆମ୍ବେଦକରଙ୍କ ଅବଦାନ ଅତ୍ୟନ୍ତ ଉଲ୍ଲେଖନୀୟ ବୋଲି ମତ ପ୍ରକାଶ କରିଥିଲେ | ଯୋଗେନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ | ସଭା ପରେ ଅନୁଷ୍ଠିତ ବାଇକ ରାଲି ଯୁରାବନ୍ଧ, ଝିଙ୍କିଡୁଙ୍ଗୁରି ଓ ଟିକ୍ରାପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ସ୍ପର୍ଶ କରିଥିଲା | ଏହି ଅବସରରେ ରାତ୍ରରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଏଥିରେ ଲିପା ଦୀପ ପ୍ରଥମ, ନୈନା ଗୁରଡ଼ା ଦ୍ଵିତୀୟ ଓ ନିରୁପା ଦୀପ ତୃତୀୟ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ | ପ୍ରେମରାଜ ହରପାଲ, ଶମ୍ଭୁ ନାଗ, ରଥି ନାଗ, ସଦାଶିବ ସାଗର, ପ୍ରେମାନନ୍ଦ ହରପାଲ, ରତ୍ନାକର କୁମ୍ଭାରଙ୍କ ସମେତ ସଦସ୍ୟଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |





