ଲାଞ୍ଜିଗଡ଼ ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ଶୋଭାବନ ଛତର ଓ ଶିକ୍ଷୟିତ୍ରୀ ଅର୍ଚ୍ଚନା ମିଶ୍ରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଏକ୍ସ କ୍ୟାଡର ଶିକ୍ଷକ ସଂଗଠନ ପକ୍ଷରୁ ଲାଞ୍ଜିଗଡ଼ରୋଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ହରିହରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୋଭାବନ ଛତର ଓ କମର୍ଦ୍ଧା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚନା ମିଶ୍ରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଲାଞ୍ଜିଗଡରୋଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବରୁଣୀ ବରରୁଛି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଲାଞ୍ଜିଗଡ଼ ଏକ୍ସ ଶିକ୍ଷକ ସଂଗଠନ ସଭାପତି ପଞ୍ଚାନନ ନାଗ, ପୂର୍ବତନ ସଭାପତି ଦିଲୀପ ପରିଛା, ସମ୍ପାଦକ ଗିରିଧାରୀ ଗଉଡ଼ ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଗଠନ ଉପ ସଭାପତି ବିଭୁତି ଭୂଷଣ ତାଣ୍ଡି ମଞ୍ଚ ପରିଚାଳନା କରିଥିଲେ ବେଳେ ବରିଷ୍ଠ ଶିକ୍ଷକ ପ୍ରବୀଣ କୁମାର ରାଉତଙ୍କ ନେତୃତ୍ବରେ ଶିକ୍ଷକ ଲୋକନାଥ ହରିଜନ, ଦିଲୀପ ମହାରଣା, ସନ୍ତୋଷ କୁମାର ପରିଡା, ଗୁଣନିଧି ଛତ୍ରିଆ, ମହେଶ୍ୱର ବିଭାର, ବିକ୍ରମ ସାହୁ, ସୁଦୀଶ କୁମାର ପଣ୍ଡା, ମନୋରଞ୍ଜନ ମହାନନ୍ଦ, ସୁଧୀର ମହାନନ୍ଦ, ଦିବାକର ବିଭାର, ଶିକ୍ଷୟିତ୍ରୀ ରୀନା ମହାପାତ୍ର, ଲକ୍ଷ୍ମୀପ୍ରିୟା ନାୟକ ବିଜୟଲକ୍ଷ୍ମୀ ଓଝାଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.