ସ୍କୁଲ ପରିଦର୍ଶନ ସହ ଇଂରାଜୀ କ୍ଲାସ୍ କଲେ ତହସିଲଦାର

କଳାହାଣ୍ଡି,୨୯/୮(ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲଦାର ସୟଦ ଇସାକ ମଦିନା ଆଦିବାସୀ ଅଧ୍ୟୁଷିତ ବାରବନ୍ଧା ପଂଚାୟତର ବେଲଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ଅବସରରେ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ପାଠ ପଢେଇଥିବା ଜଣାଯାଇଛି । ତହସିଲଦାର ମହୋଦୟ ପ୍ରଥମେ ବିଦ୍ୟାଳୟରେ ପହଂଚି ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ପରିଦର୍ଶନ କରିବା ସହିତ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଦେଖିଥିଲେ । ପରେ ଷଷ୍ଠ ଶ୍ରେଣୀକୁ ଯାଇ ଶିକ୍ଷାର ମାନ ତଦାରଖ କରିବା ଉଦ୍ଦେଶ୍ୟରେ କିଛି ସମୟ ଧରି ଛାତ୍ରଛାତ୍ରୀଙ୍କୁ ଇଂରାଜୀ ବିଷୟ ପଢାଇଥିଲେ । ବିଦ୍ୟାଳୟର ଶିକ୍ଷାଦାନ ଉପରେ ସନ୍ତୋଷ ପ୍ରକାଶ କରିବା ସହିତ ଆଭ୍ୟନ୍ତରୀଣ ଇଲାକା ହେଲେ ବି ଛାତ୍ରଛାତ୍ରୀଙ୍କ ସମସ୍ତ ବିଷୟ ଉପରେ ଧାରଣା ଥିବା କଥା ସେ ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ମଦିନା ମହୋଦୟ ମ.ରାମପୁର ତହସିଲଦାର ଭାବରେ ଯୋଗଦେବା ପରଠାରୁ ସେ ଲୋକଙ୍କ ପାଖକୁ ଯାଇ ସମସ୍ତ ବିଷୟକୁ ଉପଯୁକ୍ତ ଭାବରେ ଦୃଷ୍ଟିପାତ କରିବା ସହିତ ଗତ ବନ୍ୟା ସମୟରେ ତାଙ୍କର ପ୍ରତି ଗାଁରେ ଉପସ୍ଥିତି ଯୋଗୁଁ ସେ ସାଧାରଣଲୋକଙ୍କ ଖୁବ୍ ନିକଟତର ହେଇପାରିଛନ୍ତି ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.