ରେଳ ଧାରଣାରୁ କେଏସଆର କମ୍ପାନୀ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ରେଳ ଧାରଣାରୁ ଉଦ୍ଧାର ହୋଇଛି କେଏସଆର କମ୍ପାନୀରେ କାର୍ଯ୍ୟରତ ହାଇବା ଡ୍ରାଇଭରଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ। ମୃତ ବ୍ୟକ୍ତି ଜଣକ ଝାରଖଣ୍ଡ ରାଜ୍ୟ ଖାଲିଆ ବାଗର କୁଲଦୀପ ପାଣ୍ଡେ  (୩୩) ବୋଲି ଜଣାପଡ଼ିଛି। ସେ ହାଇବା ଟିପର ଡ୍ରାଇଭର ଭାବେ ନୂତନ ଭାବେ ରେଳ ଲାଇନ ନିର୍ମାଣ କାରୀ କେଏସଆର କମ୍ପାନୀରେ ନଭେମ୍ବର ମାସରୁ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ କେଉଁ ପରିସ୍ଥିତି ଓ କାହିଁକି ଏ ଭଳି ଦୁର୍ଘଟଣା ଘଟିଲା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ୍ୟୁ ଦେହକୁ ଷ୍ଟେସନ ଲୋକ ପାଇଲଟ ଦେଖି ଷ୍ଟେସନ ଅଧିକାରୀଙ୍କୁ ଦେଖି ଖବର ଦେଇଥିଲେ। ରାୟଗଡା ଜିଆର ଳପି ପୋଲିସ ଆସି ମୃତ୍ୟୁ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.