ବ୍ରହ୍ମପୁତ୍ର ଛାତ୍ରାବାସରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଗତ ରବିବାର ଦିନ ଖଡ଼ିଆଳ (ସ୍ୱୟଂଶାସିତ) ମହାବିଦ୍ୟାଳୟର ବ୍ରହ୍ମପୁତ୍ର ଛାତ୍ରାବାସରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି l ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ଯୁକ୍ତଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼.ରଣବୀର ସିଂହ,ଛାତ୍ରାବାସ ବିକାଶ କମିଟି ସଦସ୍ୟା ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ଉଦନ୍ତୀ ଛାତ୍ରୀନିବାସ ପରିଚାଳିକା ଅଧ୍ୟାପିକା ସନ୍ତୋଷୀ ଶର୍ମା,କ୍ରୀଡା ଶିକ୍ଷକ ଡ଼.ସରୋଜ କୁମାର ପଣ୍ଡା, ଛାତ୍ରାବାସର ମୁଖ୍ୟ ପରିଚାଳକ ଅଧ୍ୟାପକ ଗୁଣବନ୍ତ ସାହୁ ପ୍ରମୁଖ ମଂଚାସୀନ ହୋଇଥିଲେ l ସହ ପରିଚାଳକ ଅଧ୍ୟାପକ ରମାକାନ୍ତ ସିଂହ ସାହାଣୀ ଅତିଥି ଆମନ୍ତ୍ରଣ କରିଥିବାବେଳେ ତୃତୀୟ ବର୍ଷ ଛାତ୍ର ପାର୍ଥବ ବାଗ, ସ୍ୱାଗତ ରଂଜନ ଶବର, ସୁବାସ ବାଗ, ଲାବଣ୍ୟ ମନହିରା ନିଜର ହଷ୍ଟେଲ ଅନୁଭତି ପ୍ରକାଶ କରିଥିଲେ ଥିଲେ l ଛାତ୍ର ହୃଷିକେଶ ଗୋପାଳ, ବ୍ରଜରାଜ ଗୋପାଳ, ତୀରଞ୍ଜିବି ଭୋଇ, ଯତ୍ରୀନ୍ଦ୍ର ମାଝୀ ପ୍ରମୁଖ ବଡ଼ ଭାଇ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ନିଜର ଅନୁଭୂତି ଉପସ୍ଥାପନା କରିଥିଲେ l ଅତିଥି ମାନେ ଛାତ୍ର ମାନଙ୍କ ଉଦ୍ଦେଶ୍ୟରେ ହଷ୍ଟେଲ ଜୀବନର ଉପାଦେୟତା,ଉତ୍ତମ ଚରିତ୍ର ଗଠନ, ଉତ୍ତମ ଭବିଷ୍ୟତ ଗଠନ ପ୍ରଭୂତି ସଂପର୍କରେ ଅଭିଭାଷଣ ରଖିଥିଲେ l ଶେଷରେ ଅଧ୍ୟାପକ ଶ୍ରୀ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.