ପୁରୁୋତ୍ତମପୁର ବ୍ଲକ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ମାଆ ତାରାତାରିଣୀଙ୍କ ପୀଠ ସ୍ଥିତ କୈବର୍ତ୍ତ ଭଵନ ଠାରେ ପୁରୁୋତ୍ତମପୁର ବ୍ଲକ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ ଅବସରରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏଥିରେ ସଭାପତି- ଶ୍ରୀ ନିରଞ୍ଜନ ତ୍ରିପାଠୀ, ଉପସଭାପତି- ଶ୍ରୀ ପ୍ରଦୀପ କୁମାର ବେହେରା, ଉପସଭାନେତ୍ରୀ – ଶ୍ରୀମତୀ ସୁନୀତା ଦେବୀ, ସାଧାରଣ ସମ୍ପାଦକ- ଶ୍ରୀ ଭଗବାନ ପାତ୍ର, ୩ଜଣ ସହସମ୍ପାଦକ ରୂପେ ଶ୍ରୀ ଅକ୍ଷୟ କୁମାର ସେଠୀ, ଶ୍ରୀ ନିତ୍ୟାନନ୍ଦ ବେହେରା, ଶ୍ରୀ ସୁଧୀର କୁମାର ଚୈଧୁରୀ ୩ ଜଣ ଜିଲ୍ଲା ସଦସ୍ୟ ଶ୍ରୀ ବିଜୟ କୁମାର ବେହେରା, ଶ୍ରୀ କୈଳାଶ ଚନ୍ଦ୍ର ସ୍ୱାଇଁ, ଶ୍ରୀ ଅନୁପ କୁମାର ଦାସ, କୋଷାଧକ୍ଷ ରୂପେ ଶ୍ରୀ ଏସ୍ ଲକ୍ଷ୍ମୀ ନାରାୟଣ ପାତ୍ର ତଥା ସଂଯୋଜକ ଭାବରେ ଶ୍ରୀ ରବୀନ୍ଦ୍ର କୁମାର ବେହେରା ନିର୍ବାଚିତ ହୋଇଛନ୍ତି । ନିର୍ବାଚନ କାର୍ଯ ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲା AUPTF ର ସଭାପତି ଶ୍ରୀ ସାରଥୀ ପାତ୍ର ଏବଂ ଉପସଭାପତି ଶ୍ରୀ ପି .ଧର୍ମରାଯୁ ରେଡୀଙ୍କ ନେତୃତ୍ୱରେ ଛଅ ଜଣ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ଶିକ୍ଷକ ଶ୍ରୀ ଇ .ରମେଶ, ଶ୍ରୀ ସଞ୍ଜୟ କୁମାର ମହାପାତ୍ର, CRCC ଶ୍ରୀ ହେମନ୍ତ କୁମାର ବେହେରା, CRCC ଶ୍ରୀ ଅଶୋକ କୁମାର ପାଳ, CRCC ଶ୍ରୀ ନକୁଳ ନାୟକ,ଶିକ୍ଷକ ଶ୍ରୀ କେଦାର ନାୟକ, ଶିକ୍ଷକ ଶ୍ରୀ ବିଜୟ କୁମାର ସେଠୀ ଓ ଅନ୍ୟ ସମସ୍ତ CRCC ଏବଂ ଶିକ୍ଷକ ବୃନ୍ଦ ସହାୟତା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.