ଭୀମଭୋଇ ମେଡିକାଲ କଲେଜରେ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ରୋଗୀ ହନ୍ତସନ୍ତ ଅଭିଯୋଗ

ବଲାଙ୍ଗିର,୩୧/୮ : ବଲାଙ୍ଗୀର ସହରରେ ଥିବା ସରକାରୀ ମେଡିକାଲ ହସ୍ପିପିଟାଲ ଏବେ ମାନ୍ୟତା ପାଇଛି ଭୀମଭୋଇ ମେଡିକାଲ କଲେଜରେ  ହେଲେ ଏବେ ବି ସୁଧୁରିନି ସ୍ବାସ୍ଥ୍ୟ ସେବା। ଯାହାକୁ ନେଇ ବିଭିନ୍ନ ସମୟରେ ଜନସାଧାରଣଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଚୁପ। ତେବେ ପ୍ରଶାସନର ଟାଲ ଟୁଲ ନୀତି ଅବଲମ୍ବନ କୁ ନେଇ ଜନମୋର୍ଚା ସଂଗଠନ ତରଫରୁ ସଭାପତି ବାସୁ ରଥ, ଲିଗାଲ ଏଡ଼ଭାଇଜର ପ୍ରଶାନ୍ତ ସେନାପତି ଓ ଉପଦେଷ୍ଟା ମନୋଜ ମାଇଟି ପ୍ରଶାସନକୁ ତଦନ୍ତ ପାଇଁ ନିବେଦନ କରିଛନ୍ତି। ଯଥା ଶୀଘ୍ର କାର୍ଯ୍ୟରେ ଅବହେଳା କରୁଥିବା ଡାକ୍ତର ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଡାକ୍ତର ମାନଙ୍କ ଘରୋଇ ସେବା ବନ୍ଦ କରିବା ତଥା ଭୀମଭୋଇ ମେଡିକାଲ କଲେଜକୁ ସୁଚାରୁ ରୁପେ ପରିଚାଳିତ କରିବା ପାଇଁ ଦାବି କରିଛି ଏହି ସଂଘଟ । ଡାକ୍ତରମାନେ ଅନେକ ସମୟରେ ଅନୁପସ୍ଥିତ ରହୁଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଥିବା, ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଆଗକୁ ଏହି ମେଡିକାଲ କଲେଜର ସ୍ବାସ୍ଥ୍ୟ ସେବାରେ ସୁଧାର ନଆସିଲେ ଆଗାମୀ ଦିନରେ ଜନ ମୋର୍ଚ୍ଚା ସଂଗଠନ ଏହାର ବିରୁଦ୍ଧରେ ସ୍ୱର ଉତ୍ତଳନ କରିବ ବୋଲି ପ୍ରଶାସନ କୁ ଚେତେଇ ଚେତାବନୀ ଦେଇଛନ୍ତି।

ସେହିପରି ଗତ କିଛି ଦିନ ତଳେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ବଲାଙ୍ଗୀର ସି,ଡ଼ି,ଏମ,ଓ,ଙ୍କ ସଭା ଗୃହରେ ସମୀକ୍ଷା ବୈଠକରେ ମଧ୍ୟ ଯୋଗ ଦେଇଥିଲେ ଏବଂ ଭୀମଭୋଇ ମେଡିକାଲ କଲେଜର ସମସ୍ୟା କୁ ଯଥାଶୀଘ୍ର ଦୂର କରିବା ପାଇଁ ପ୍ରତିଶୃତି ଦେଇଯାଇଥିଲେ। ହେଲେ ଏବେବି ପୁରା ହୋଇନି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତିଶୃତି କି ବଦଳିନୀ ବଲାଙ୍ଗୀର ଭୀମଭୋଇ ଭୋଇ ମେଡ଼ିକାଲ କଲେଜର ସ୍ବାସ୍ଥ୍ୟ ସେବା।

ଯେଉଁଥିରେ ମୁଖ୍ୟ କାରଣ ରହିଛି ସରକାରଙ୍କ ଦ୍ଵାରା ନିୟୁକ୍ତ ହୋଇଥିବା ଡାକ୍ତରଙ୍କ ଅବହେଳା। ଏଠାକୁ ଉତ୍ତମ ଚିକିତ୍ସା ପାଇଁ ସହର, ଗ୍ରାମାଞ୍ଚଳ ତଥା ବାହାର ସହର ଜନସାଧାରଣ ଆସିଥାନ୍ତି ଚିକତ୍ସା ପାଇଁ। କିନ୍ତୁ ଡାକ୍ତର ମାନଙ୍କ ଅନୁପସ୍ଥିତି ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଇଛି। ଯାହାର ମୁଖ୍ୟ କାରଣ ଘରୋଇ କ୍ଲିନିକକୁ ନେଇ ଅଭିଯୋଗ ବାଢିଛନ୍ତି। ଭୀମଭୋଇ ମେଡ଼ିକାଲ କଲେଜ ଅପେକ୍ଷା ଘରୋଇ କ୍ଲିନିକ ରେ ବହୁ ସଂଖ୍ୟାରେ ଚିକତ୍ସା ପାଇଁ ଭିଡ଼ ଜମୁଥିବା ମଧ୍ୟ ହେଉଛି ଅଭିଯୋଗ । ତେବେ ମାନ୍ୟତା ପାଇଥିବା ଭୀମଭୋଇ ମେଡ଼ିକାଲ କଲେଜ ରେ ସବୁ ସାଧନ ଥାଇ ମଧ୍ୟ ଚିକିତ୍ସା ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ତେବେ ଏହାକୁ ସବୁ ମାହୋଲରେ ଦୃଢ଼ ନିନ୍ଦା କରିବା ସହ ପ୍ରଶାସନକୁ ଏହା ଉପରେ ଶୀଘ୍ର କାର୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ଜୋର ଧରିଛି ।

ସେପଟେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ)
ସଂଯୁକ୍ତା ସାହୁ କହିଛନ୍ତି ଯେ ନୂଆଁଖାଇ ପରେ ଏହାର ତଦନ୍ତ ପ୍ରକିୟା ଜାରି ରହିବ ଓ ପ୍ରଶାସନିକ ଅଧିକାରୀଙ୍କ ତତ୍ତ୍ବାବଧାନରେ ଏହା ହେବ । 


ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.