ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଆଜି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାରରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଉପସ୍ଥିତ ଥିଲେ କମିଟି ସଭାପତି ଶ୍ରୀ ଦୀନବନ୍ଧୁ ମୁଣ୍ଡ ଓ ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ପଣ୍ଡା। ଫଳାଫଳ ଶତ ପ୍ରତିଶତ ହୋଇଥିବାବେଳେ A1 ତିନିଜଣ, A2 ସାତଜଣ, B1 କୋଡିଏ ଓ B2 ବାଇଶି C2 ଚାରିଜଣ। ପ୍ରଥମ ହୋଇଛନ୍ତି କ୍ଷିତୀଶ ଚନ୍ଦ୍ର ବାଗ ୯୨.୧୬ ଶତକଡା, ଦ୍ଵିତୀୟ ଶିବାନନ୍ଦ ବାରିକ ୯୧. ୮୩ ଶତକଡା ଓ ବେଦପ୍ରକାଶ ପାତ୍ର ୯୦. ୧୬ ଶତକଡା ରଖିଛନ୍ତି। A2 ରେ ଅନମୋଲ ଅଗସ୍ତି, ଭବାନୀ ଶଙ୍କର ପତି, କୁମ୍ଭ ରଣା, ପ୍ରିୟକାନ୍ତ ବିଶି, ଡମ୍ବୁରୁଧର ନାଏକ ଏବଂ ଆଲୋକ ବିଶ୍ୱାଳ ଅଳ୍ପ ଅଳ୍ପ ନମ୍ବରର ବ୍ୟବଧାନରେ ରହି ସଫଳତା ଅର୍ଜନ କରିଛନ୍ତି। ମଞ୍ଚାସୀନ ଅତିଥିବୃନ୍ଦ ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିଲେ।





