ରୁପ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ ଚାଳକ ମୃତ

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ରୁପ୍ରା ଜଗନ୍ନାଥ ମନ୍ଦିର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଓ ବାଇକ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ଜୀବନ ଚାଲି ଯାଇଛି। ମୃତ ବ୍ୟକ୍ତି ଜଣକ ରୁପ୍ରାରୋଡର ସାନବାବୁ ନାଗ ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ‌ ସିଜି ୧୫ଏ ୩୪୨୦ ନମ୍ବର ବିଶିଷ୍ଟ ଟ୍ରକ ସାନବାବୁଙ୍କ ବାଇକ (ଓଡି ୦୮ ଏମ ୫୭୯୦) କୁ ପ୍ରାୟ ପାଞ୍ଚଫୁଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା।

ତାଙ୍କ ମୁଣ୍ଡ ଓ ସାରା ଶରିରରେ ଆଘାତ ଯୋଗୁଁ ପ୍ରବଳ ରକ୍ତସ୍ରାବ ହେଉଥିଲା। ସ୍ଥାନୀୟ ଲୋକେ ଆହତ ସାନବାବୁଙ୍କୁ ଉଦ୍ଧାର କରି ରାସ୍ତା ପାର୍ଶ୍ୱକୁ ନେବାର କିଛି ସମୟ ପରେ ହିଁ ତାଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ପଲମ ଫାଣ୍ଡି ଓ କେସିଙ୍ଗା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି। ଅନ୍ୟପକ୍ଷରେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଉତ୍ୟକ୍ତ ଜନତା। ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.