ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭଙ୍ଗାବାରୀ ଗ୍ରାମର ଥାଲାସେମିଆ ରୋଗୀ ରୁଦ୍ର ରଣା ଙ୍କୁ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ମିଲନ କୁମାର ଭୋଇ ଏ ପଜିଟିଭ୍ ଗ୍ରୁପ ର ରକ୍ତ ଓ ଆଉ ଜଣେ ରୋଗୀ ଚଞ୍ଚଳା ମାଝୀ ଙ୍କୁ ମା ପାଝରାଣି ସାଂସ୍କୃତିକ ଅନୁଷ୍ଠାନ ତୁଳାପଡ଼ାର ସକ୍ରିୟ ସଦସ୍ୟ ସମୀର ପ୍ରଧାନ ବି ପଜିଟିଭ୍ ଗ୍ରୁପର ରକ୍ତଦାନ କରିଛନ୍ତି। ତୁଳାପଡା ମା ପାଝରାଣି ସାଂସ୍କୃତିକ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ଗଙ୍ଗାଧର ନାୟକ ଏଥିରେ ସହଯୋଗ କରିଥିଲେ ଓ ରକ୍ତ ଭଣ୍ଡାର କର୍ମଚାରୀ ଅଜିତ କୁମାର ନାୟକ ରକ୍ତ ସଂଗ୍ରହ କରିଥିଲେ । ଏହିପରି ଭାବେ ମିଲନ କୁମାର ଭୋଇ ଆଜି ପର୍ଯ୍ୟନ୍ତ ୨୪ ଥର ଓ ସମୀର ପ୍ରଧାନ ୨୦ ଥର ରକ୍ତଦାନ କରି ରେକର୍ଡ କରିଥିବା ଜଣାପଡିଛି।





