ମନ୍ଦିର ଜମି ହଡ଼ପ ପ୍ରତିବାଦରେ ସିପିଆଇଏମ୍ ଲିବୋରେସନ୍ ପାର୍ଟିର ବୈଠକ 

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କୋଲନରା ବ୍ଲକ ଖେଦାପଡ଼ା ପଂଚାୟତ ଗୌଡ଼ଗୁଡା ଗଦବା ସାହିରେ ଥିବା ମା ସୁନା ଅଗ୍ନି ମଙ୍ଗଳା ମନ୍ଦିର ଜମି ହଡପ୍ କରିବା ପ୍ରତିବାଦରେ ଆଜି ସିପି ଆଇ ଏମ୍ ଲିବୋରେସନ୍ ର ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସିପି ଆଇ ଏମ୍ ଲିବୋରେସନ୍ ପାର୍ଟିର ସଭାପତି ତ୍ରିପତି ଗୋମାଙ୍ଗ, ଜିଲ୍ଲା ସମ୍ପାଦକ ମୂର୍ତ୍ତି ମିଣିଆକା ସମେତ ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ମାନେ ଯୋଗ ଦେଇ ମନ୍ଦିର ର ତିନି ଏକର ଜମି ଦିଆ ଯାଉ ନଚେତ୍ ଆଗାମୀ ଦିନରେ ରାଜ ରାସ୍ତା ଅବରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତି । ଏହି ବିଷୟରେ ଆମେ ଜିଲ୍ଲାପାଳ ରୁ ଆରମ୍ଭ କରି ବ୍ଲକ ଓ ତହସିଲ ଅଫିସ ପର୍ଯନ୍ତ୍ କହି କହି ଆସୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହି ମନ୍ଦିର କୁ ପୂର୍ବ ପୁରୁଷ ରୁ ଆମେ ପୂଜା ପାଠ କରି ଆସୁଛୁ କିନ୍ତୁ ଗୌଡ଼ଗୁଡ଼ା ଗ୍ରାମ ର କିଛି ନେତା ସରପଞ୍ଚ ମିଶି କିଛି ଦିନ ପୂର୍ବେ ମନ୍ଦିର ତାଲା ପକାଇ ଦେଇଥିବା ପୂଜକ ଭକ୍ତ ମିଣିଆକା ଅଭିଯୋଗ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.