ଗୁଳି ମାରି ଯୁବକଙ୍କୁ ହତ୍ୟା ଘଟଣା: ଧିରେ ଧିରେ ଖୋଲୁଛି ହତ୍ୟାର ଗୁମର, ଶବ ଶୋଭାଯାତ୍ରା ବେଳେ ଉତ୍ତେଜନା

ଜୁଆ ଆଡ୍ଡାରୁ ଲୁଟକୁ ନେଇ ହତ୍ୟାକାଣ୍ଡ 

 

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ସହର ଇନ୍ଦିରା ନଗର ରେ ଗୁଳିକାଣ୍ଡ କରି ସଦର ଆମ୍ୱେଦକର ସାହିର ଯୁବକ ନିଖିଲ ହାଡ଼ିପାକୁ ଅପହରଣ ପରେ ହତ୍ୟା ଘଟଣାରେ ରାୟଗଡା ସହର ରେ ଚାପା ଉତ୍ତେଜନା ଲାଗିରହିଛି I ଗତକାଲି ରାତିରେ ଶବ ବ୍ୟବଛେଦ ପରେ ପୁଲିସ ପରିବାରକୁ ଶବ ହସ୍ତାନ୍ତର କରିଥିଲେ I ଆଜି ସ୍ଥାନୀୟ ସାହି ବାସିନ୍ଦା ଶବକୁ ଧରି ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ I ଏହି ଶୋଭାଯାତ୍ରାରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା ଉତ୍ୟକ୍ତ ଶୋଭାଯାତ୍ର।କାରୀ ମାନେ ରାୟଗଡା ବସ ଷ୍ଟାଣ୍ଡ ନିକଟରେ ଗୋଟିଏ ବାଇକକୁ ନିଆଁ ଲଗେଇ ଦେଇଥିଲେ I ଉତ୍ତେଜନା କୁ ଦେଖି ମୃତୟନ ହୋଇଥିବା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିଥିଲେ I ମୃତ ନିଖିଲର ବାପା ଶିବା ହାଡ଼ିପା ପୁତ୍ର ନିଖିଲର ହତ୍ୟା କୁ ନେଇ ଆଜି ଗଣମାଧ୍ୟ୍ୟମ ଆଗରେ ପୁଲିସ ବିରୋଧରେ ବର୍ଷିଛନ୍ତି I ଶିବା ଅଭିଯୋଗ କରି କହିଛି ପୁଲିସ ତଦନ୍ତରେ ସହଯୋଗ କରୁନାହିଁ I ଏହି ହତ୍ୟାକାଣ୍ଡରେ ଦଶରୁ ଊର୍ଧ୍ୱ ଅଭିଯୁକ୍ତ ରହିଛନ୍ତି ଓ ସେମାନଙ୍କ ନା ଆମେ ପୁଲିସ କୁ କହିଛୁ କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଗଣମାଧ୍ୟମକୁ କହିଛି I ଶବ ଶୋଭାଯାତ୍ରା ବେଳେ ଉତ୍ୟକ୍ତ ସାହି ବାସିନ୍ଦା ଟାଉନ ଥାନା ଆଗରେ ଶବ ରଖି ପ୍ରତିବାଦ କରିଥିଲେ I ସୂଚନାରୁ ଜଣାପଡିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ସୀମାନ୍ତ ଅଞ୍ଚଳରେ ଗୋଟିଏ ଜୁଆ ଆଡ୍ଡା ରୁ କୋଟିଏ ରୁ ଊର୍ଧ୍ୱ ଟଙ୍କାର ସୁନା ଏବଂ ଟଙ୍କା ଲୁଟ ହୋଇଥିଲା I ଜୁଆ ଆଡ୍ଡା ରୁ ଲୁଟ ହୋଇଥିବା ଯୋଗୁଁ କେହି ଏତଲା ଦେଇ ନଥିଲେ I ଏହି ଲୁଟ ଘଟଣାରେ ମୃତ ନିଖିଲ ଓ ଅନ୍ୟ ମାନଙ୍କ ହାତ ରହିଥିବା କୁହାଯାଇଛି I ଜୁଆ ଖେଳକୁ ଆୟୋଜନ କରୁଥିବା କିଛି ବ୍ୟକ୍ତି ମୃତ ନିଖିଲ ଓ ଅନ୍ୟ ମାନଙ୍କୁ ଲୁଟ କରିଥିବା ଟଙ୍କା ସୁନାକୁ ଫେରାଇବା ପାଇଁ ଚାପ ପକାଉଥିଲେ କିନ୍ତୁ ନିଖିଲ ଧରା ଛୁଆଁ ଦେଉନଥିଲେ I ଗତ ୯ ତାରିଖ ରାତିରେ ନିଖିଲ ସ୍ଥାନୀୟ ବୁଦୁରାବାଲାସା ସାହିରେ ପୂଜା ଦେଖିବାକୁ ଆସିଥିବା ବେଳେ ଦୁର୍ବୁତ୍ତ ମାନେ ଗୋଡ଼ାଇଥିଲେ I ଇନ୍ଦିରା ନଗର ତୃତୀୟ ଲାଇନରେ ନିଖିଲ କୁ ଦୁର୍ବୁତ୍ତ ମାନେ ଗୁଳି କରିଥିଲେ I ଗୁଳି ନିଖିଲ ର ଛାତି ଓ ଅଣ୍ଟାରେ ବାଜିଥିଲା ବେଳେ ଆଚେତ ଭାବେ ନିଖିଲ କୁ ଅପହରଣ ପରେ ହତ୍ୟା କରି ତୁମ୍ବିଗୁଡା ନିକଟରେ ମୃତ ଦେହକୁ ଫିଙ୍ଗି ଫେରାର ହୋଇଯାଇ ଥିଲେ I ଶୋଭାଯାତ୍ରା ବେଳେ ଥାନାରେ ରାୟଗଡା ଏସ ପି ସୁଶ୍ରୀ ସ୍ଵାଥୀ ଏସ କୁମାର,ଏସ ଡି ପି ଓ ଗୌରହରୀ,ଆଇ ଆଇ ସି ପ୍ରସନ୍ନ କୁମାର ବେହେରାଙ୍କ ଉପସ୍ଥିତି ରେ ବ୍ୟାପକ ପୁଲିସ ମୃତୟନ ହୋଇଥିଲେ I ଦୁର୍ବୁତ୍ତ ମାନଙ୍କୁ ଗିରଫ ପାଇଁ ୪ଟି ପୁଲିସ ଟିମ ଗଠନ ହୋଇଛି ଖୁବଶୀଘ୍ର ଦୁର୍ବୁତ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଏସ୍ ପି ସ୍ଵାତି ଏସ କୁମାର ଗଣମାଧ୍ୟମ କୁ କହିଛନ୍ତି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.