ନକ୍ସଲ ପ୍ରଭାବିତ ଗାଁର ୧୧୯ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ବାମପନ୍ଥୀ ଉଗ୍ରବାଦ ଦ୍ଵାରା ପ୍ରଭାବିତ ଗ୍ରାମ ତଥା ଗ୍ରାମବାସୀ ମାନଙ୍କର ସାମଗ୍ରିକ ଉନ୍ନତି ପାଇଁ ଏକ ଯୁଗାନ୍ତକାରୀ ଯୋଜନା ରୂପେ ଉଭା ହୋଇଛି “ଗ୍ରାମୋଦୟ” । ସରକାର ଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ଯୋଜନା ଏବଂ ସୁବିଧା ସୁଯୋଗ ଗୁଡିକୁ ପ୍ରାଥମିକତା ଭିତ୍ତିରେ ଏହି ସବୁ ଗ୍ରାମ ମାନଙ୍କର ପ୍ରତିଟି ବ୍ୟକ୍ତି ଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ଶତ ପ୍ରତିଶତ କରୁଛନ୍ତି । ସେହି କ୍ରମରେ ଶୁକ୍ରବାର ଦିନ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ୪ ଗୋଟି ଗ୍ରାମ ପଂଚାୟତ ଯଥା କେଗାଁ, ନୂଆଗାଁ, ସିନାପାଲୀ ଏବଂ ନକଟିକାନିର ଭିନ୍ନ ୪ ଗୋଟି ସ୍ଥାନକୁ ବ୍ଲକ ପ୍ରଶାସନ ଯାଇ ସ୍ୱତନ୍ତ୍ର ରୂପେ ରାଜ୍ୟ ସରକାର ଅନୁମୋଦିତ ହୋଇଥିବା ୧୧୯ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା ପ୍ରଦାନ କରିଥିଲେ । ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଭାବରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଜୟ କୁମାର ନାଏକ, ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦ୍ରହାସ୍ୟ ବିହାରୀ, ନକଟିକାନୀ ସରପଞ୍ଚ ସାବିତ୍ରୀ ମାଝୀ, କେଗାଁ ସମିତି ସଭ୍ୟ ମଣ୍ଟୁ ସାହୁ, ସିନାପାଲି ସରପଞ୍ଚ ନଉକେଶ୍ୱର ପୁଟେଲ ଓ ସମିତି ସଭ୍ୟ ଲୋଚନ ସାହୁ, ନୂଆଗାଁ ସରପଞ୍ଚ ଦୁଷ୍ମନ୍ତ ଭୋଇ ଓ ସମିତି ସଭ୍ୟ ରମେଶ ଶବର ଓ ପିଇଓ, ଏଡିଇଓ ପ୍ରମୁଖ ଉପସ୍ଥିତ ଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.