ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ ପ୍ରେରଣା ସ୍ଵେଚ୍ଛାସେବୀ ସଂସ୍ଥା। ଇନଫୋସିସ୍ ଫାଉଣ୍ଡେସନ ଦ୍ୱାରା ସମର୍ଥିତ ଏହି ସଂସ୍ଥା ଚଳିତ ବର୍ଷ ଦଶମ ପରୀକ୍ଷାରେ ଅନ୍ୟୂନ ୮୦ ଶତକଡା ନମ୍ବର ରଖିଥିବା ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ଯୋଗାଇଦେବ ବୋଲି କହିଛି। ଏଥିପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ପକ୍ଷରୁ ଆୟୋଜିତ ଏକ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ ଏବଂ କୃତକାର୍ଯ୍ୟ ହେଲେ ସେମାନେ ପରବର୍ତ୍ତୀ ଉଚ୍ଚତର ପାଠପଢ଼ା ପାଇଁ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଆଗ୍ରହୀ ଛାତ୍ରଛାତ୍ରୀମାନେ ଆବେଦନ ଫର୍ମ ପାଇଁ ସୁଶ୍ରୀ ସରସ୍ୱତୀ- 9900906338, ଶ୍ରୀ ଶିବକୁମାର- 9986630301 ଏବଂ ସୁଶ୍ରୀ ବିନ୍ଦୁ- 99645 34667ଙ୍କ ସହ ଯୋଗାଯୋଗ କରିପାରିବେ। ଏହି ଅବସରରେ ପ୍ରେରଣା ପକ୍ଷରୁ ଜନସାଧାରଣଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ଯେ ସେମାନେ ଜାଣିଥିବା ଏଭଳି କୌଣସି ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଅବିଳମ୍ବେ ଏହି ସୂଚନା ଜଣାଇବାକୁ। ଯଦି କାହାକୁ ବି ନ ଜାଣିଥାନ୍ତି ତେବେ ଏହି ସୂଚନାକୁ ବିଭିନ୍ନ ଗ୍ରୁପରେ ସେୟାର କରି ସହଯୋଗ କରିବାକୁ ନିବେଦନ କରାଯାଇଛି। ଜଣେ ବି ଗରୀବ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେଲେ ଏହି ଯୋଜନା ସାର୍ଥକ ହେବ ବୋଲି ପ୍ରେରଣା ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ http://www.infosys.com/infosys-foundation ଯୋଗାଯୋଗ କରିବାକୁ କୁହାଯାଇଛି।





