ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅସୁରଗଡ ସ୍ଥିତ ବୀର କମଲ ମଇଦାନ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମେ’ ୨୦ରେ ଆଦିସ୍କନ୍ଧ ସମାଜର ୨୯ତମ ବାର୍ଷିକ ସମ୍ମିଳନୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ନର୍ଲା ବୁଢାରଜା ପୀଠ ଏବଂ ବରଗାଁ ଡୁକୁରୀ ଗୁଡି ଠାରେ ପୂଜାପାଠ ହୋଇଥିଲା। ବରଗାଁ ଡୁକୁରୀ ଗୁଡ଼ି ଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ପାରମ୍ପାରିକ ଅସ୍ତ୍ରସସ୍ତ୍ର ଧରି ଢୋଲ, ନିଶାଣ ବଜାଇ ରୁପ୍ରାରୋଡ ନଗର ପରିକ୍ରମା କରାଯାଇଥିଲା। ଏହି ଅବସରରେ ରୁପ୍ରାରୋଡ ବସ୍ତିରେ ଆଦିସ୍କନ୍ଦ ସମାଜ ଭବନ ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭରେ ବୀର କମଳ ମୈଦାନ ସ୍ମୃତି ସ୍ତମ୍ଭ ନିକଟରେ ପୂଜାର୍ଚ୍ଚନା କରି ଆଦିସ୍କନ୍ଧ ସମାଜର ପତାକା ଉତ୍ତୋଳନ କରାଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ବାର୍ଷିକୋତ୍ସବ। ସମାଜର ବୀର ମାନଙ୍କ ସ୍ମୃତି ଚାରଣ କରାଯାଇ ସେମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବୀର କମଲ ମୈଦାନର ସଭାପତି ଅମରସିଂ ମାଝୀଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଆଦିସ୍କନ୍ଦ ସମାଜର ଜିଲ୍ଲା ସଭାପତି ରାଜେନ୍ଦ୍ର ଭୋଇ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ବ୍ଲକ ସଭାପତି ଝସକେତନ ମାଝୀ, ମ.ରାମପୁର ବ୍ଲକ ସଭାପତି ରାଜୁ ମାଝୀ, କର୍ଲାମୁଣ୍ଡା ବ୍ଲକ ସଭାପତି ଦୟା ମାଝୀ, କେସିଙ୍ଗା ବ୍ଲକ ସଭାପତି ଶେଷଦେବ ମାଝୀ, ଭବାନୀପାଟଣା ବ୍ଲକ ସଭାପତି ଅଖିଳ ମାଝୀ, ଜୁନାଗଡ ବ୍ଲକ ସଭାପତି ଶ୍ରୀବତ୍ସ ଜାନୀ, ଲାଞ୍ଜିଗଡ ବ୍ଲକ ସଭାପତି ମହେନ୍ଦ୍ର ମାଝୀଙ୍କ ସମେତ ସମସ୍ତ ବ୍ଲକ ସଭାପତି ମଞ୍ଚାସୀନ ରହି ଆଦିସ୍କନ୍ଦ ସଂସ୍କୃତି, ପରମ୍ପରା ଉପରେ ଆଲୋଚନା କରିଥିଲେ। ବୀର କମଲ ମୈଦାନର ଉପସଭାପତି ରାଜୁ ମାଝୀ, ସାଧାରଣ ସମ୍ପାଦକ ଦେବରାଜ ମାଝୀ, କୋଷାଧ୍ୟକ୍ଷ ଛବିରାଜ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କବି ତଥା ଶିକ୍ଷାବିତ୍ କ୍ଷୀତିଶ ଚନ୍ଦ୍ର ମାଝୀ ଓ ଲଳିତ ମୋହନ ଭୋଇ ମଞ୍ଚ ପରିଚାଳନା କରିଥିଲେ। ଭାନପୁର ଗ୍ରାମ ପଞ୍ଚାୟତ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀଙ୍କ ସମେତ ନର୍ଲା ବ୍ଲକ ଅଧିନସ୍ଥ ୨୬ ଗୋଟି ଗ୍ରାମ ପଞ୍ଚାୟତ କନ୍ଧ ସମାଜର ସଭାପତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବୀର କମଲ ମଇଦାନର ସଧାରଣ ସମ୍ପାଦକ ଦେବରାଜ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।





