ଭୁଲ ଅଭିଯୋଗ ନେଇ ବିନାୟକ ମୋଟର୍ସର ସ୍ପଷ୍ଟୀକରଣ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସ୍ଥିତ ବିନାୟକ ମୋଟର୍ସକୁ ନେଇ ସମ୍ପ୍ରତି ସୋସିଆଲ ମିଡିଆ ଓ ସ୍ଥାନୀୟ ମହଳରେ ଉଠିଥିବା କ୍ଲଚ୍ ପ୍ଲେଟ୍ ଦର ସମ୍ପର୍କିତ ଅଭିଯୋଗ ଉପରେ ଶୋରୁମ ପକ୍ଷରୁ ସ୍ପଷ୍ଟ ପ୍ରତିକ୍ରିୟା ମିଳିଛି । ଶୋରୁମ ମାଲିକଙ୍କ କହିବା ଅନୁସାରେ, ଗ୍ରାହକଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗ ତଥ୍ୟଭିତ୍ତିକ ନୁହେଁ ଏବଂ ବିନାୟକ ମୋଟର୍ସର ଛବିକୁ ଖରାପ କରିବା ପାଇଁ ଭୁଲ ଭାବେ ପ୍ରଚାର କରାଯାଇଥିଲା । ଶୋରୁମ ପକ୍ଷରୁ ଗଣମାଧ୍ୟମକୁ ଯୋଗାଇଦିଆଯାଇଥିବା ବିଲ୍ ଓ ସମ୍ବନ୍ଧିତ ଦଳିଲ ଅନୁସାରେ,ଉକ୍ତ କ୍ଲଚ୍ ପ୍ଲେଟ୍ ସମ୍ବନ୍ଧୀୟ ମୋଟ ବିଲ୍ ରାଶି ୨୦୧୩ ଟଙ୍କା ହୋଇଥିଲା । ଯେଉଁଠାରେ କିଛି ଲୋକ ୨୫୦୦ରୁ ୨୮୦୦ ଟଙ୍କା ଦର ନିଆଯାଉଥିବା ଅଭିଯୋଗ କରିଥିଲେ, ତାହା ସଠିକ୍ ନୁହେଁ ବୋଲି ଶୋରୁମ ପକ୍ଷ ଦାବି କରିଛି । ବିନାୟକ ମୋଟର୍ସର ମାଲିକ କହିଛନ୍ତି ଯେ,ଜଣେ କର୍ମଚାରୀ ଅନୁମାନିକ ଦର କହିଥାଇପାରନ୍ତି, କିନ୍ତୁ ଅନ୍ତିମ ବିଲ୍ ସବୁବେଳେ କମ୍ପାନୀ ନିର୍ଦ୍ଧାରିତ ଦର ଅନୁସାରେ ହୋଇଥାଏ । ସେ କହିଛନ୍ତି, ଗ୍ରାହକଙ୍କୁ ସଠିକ୍ ସୂଚନା ଓ ଭଲ ସେବା ଯୋଗାଇବା ପାଇଁ ଶୋରୁମ ସଦା ପ୍ରତିବଦ୍ଧ । ଏହା ସହିତ, ସର୍ଭିସ ସମୟରେ ଭିଡିଓ ଧାରଣକୁ ନେଇ ଉଠିଥିବା ଅଭିଯୋଗ ଉପରେ ମଧ୍ୟ ଶୋରୁମ ପକ୍ଷରୁ କୁହାଯାଇଛି ଯେ,କିଛି ଆଭ୍ୟନ୍ତରୀଣ ପ୍ରକ୍ରିୟା ଓ ସୁରକ୍ଷା ନିୟମ ଦୃଷ୍ଟିରୁ କେତେକ ସମୟରେ ଭିଡିଓ ଧାରଣ ଉପରେ ସୀମିତତା ରହିଥାଏ । ତେବେ ଏହାର ଅର୍ଥ ସ୍ୱଚ୍ଛତାର ଅଭାବ ନୁହେଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି ।ଶୋରୁମ ପକ୍ଷରୁ ଆହୁରି କୁହାଯାଇଛି ଯେ, ଭୁଲ ତଥ୍ୟ ପ୍ରଚାର ପୂର୍ବରୁ ସଠିକ୍ ବିଲ୍ ଓ ଦଳିଲ ଯାଞ୍ଚ କରିବା ଆବଶ୍ୟକ । ଏପରି ଅଭିଯୋଗ ଦ୍ୱାରା ଗ୍ରାହକଙ୍କ ମନରେ ଅନାବଶ୍ୟକ ଭ୍ରମ ସୃଷ୍ଟି ହେଉଥିବା ସେମାନେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.