ଷୋହଳ ଖଣ୍ଡ ଗୋପାଳ ସମାଜର ଶପଥ ଗ୍ରହଣ ଓ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜ ମ. ରାମପୁର ତାଲୁକାର ଶପଥ ଗ୍ରହଣ ଓ ମାଟ୍ରିକ, ଯୁକ୍ତ ଦୁଇ ପରୀକ୍ଷାରେ ୬୦% ରୁ ଅଧିକ ରଖି ଥିବା କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଇନ୍ଦ୍ରଜିତ ମହାଖୁଡ଼, ମୁଖ୍ୟ ବକ୍ତା ସରୋଜକାନ୍ତ ମହାଖୁଡ଼ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ରଜନୀକାନ୍ତ ମହାଖୁଡ଼। ଅତିଥି ମାନଙ୍କ ଉପସ୍ଥିତିରେ ସମସ୍ତ ନୂତନ କର୍ମକର୍ତାଙ୍କୁ ଶପଥ ଗ୍ରହଣ କରା ଯାଇଥିଲା। ସଭାପତି ଭାବରେ ପୀତବାସ ମହାଖୁଡ଼, ଉପସଭାପତି ପଦ୍ମନାଭ ମହାଖୁଡ଼, ସମ୍ପାଦକ ବନମାଳୀ ମହାଖୁଡ଼, କୋଷଧକ୍ଷ ଦିଲ୍ଲୀପ କୁମାର ମହାଖୁଡ଼, ଯୁଗ୍ମ ସମ୍ପାଦକ ବିଷ୍ଣୁ ଚରଣ ମହାଖୁଡ଼, ବୃନ୍ଦାବନ ମହାଖୁଡ଼, ମନୋଜ ମହାଖୁଡ଼ ଓ ସଭ୍ୟ ଭାବରେ ପ୍ରଭାସ ମହାଖୁଡ଼, ସନ୍ତୋଷ କୁମାର ମହାଖୁଡ଼, ଦୀପକ ମହାଖୁଡ଼, ନୀଳ ମାଧବ ମହାଖୁଡ଼, ଶୁକେଶ ମହାଖୁଡ଼, ସନତ ମହାଖୁଡ଼, ପବିତ୍ର ମହାଖୁଡ଼, ପିଣ୍ଟୁ ମହାଖୁଡ଼ ଆଦି ଶପଥ ଗ୍ରହଣ କରିଥିଲେ। ଦଶମ ଶ୍ରେଣୀ ପରୀକ୍ଷାର ଜିଲ୍ଲା ଟପ୍ପର ସ୍ୱାତୀ ମହାଖୁଡ଼ଙ୍କ ସମେତ ଦଶମ ଓ ଯୁକ୍ତ ଦୁଇ ଶ୍ରେଣୀର ୬୦ରୁ ଅଧିକ ମାର୍କ ରଖି ଥିବା ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ଅଭିଭାବକ ଙ୍କ ଉପସ୍ଥିତି ରେ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ଉପଦେଷ୍ଟା ତ୍ରିଲୋଚନ ମହାଖୁଡ଼, ଦଣ୍ଡପାଣି ମହାଖୁଡ଼, ଲବ ମହାଖୁଡ଼ ଆଦି ଉପସ୍ଥିତ ରହି କୃତୀ ଛାତ୍ର ଛାତ୍ରୀମାନେ ଆମ ପାଇଁ ଗର୍ବ ଓ ଗୌରବ ବୋଲି ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.