ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କ ସହ ସୁଭଦ୍ରା ଟ୍ରକ ମାଲିକ ମହାସଂଘ ଓଡିଶାର ସାକ୍ଷାତ ଆଲୋଚନା 

ଓଡ଼ିଆ ବାର୍ତ୍ତା/ କଟକ: ସୁଭଦ୍ରା ଟ୍ରକ ମାଲିକ ମହାସଂଘ ଓଡିଶାର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା,ମାନ୍ୟବର ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ,ମାନ୍ୟବର ଇସ୍ପାତ କମର୍ସ ଓ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତିଭୂଷଣ ଜେନା ଏବଂ ପରିବହନ କମିଶନର ଶ୍ରୀଯୁକ୍ତ ଅମିତାଭ ଠାକୁରଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟ ମୂଳକ ସାକ୍ଷାତ କରି ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ,ରାଜ୍ୟରେ ସାଧାରଣ ଟ୍ରକ ମାଲିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦର୍ଶାଇ,ଟ୍ରକ ଭଡା ବଢ଼ାଇବାପାଇଁ ଅନୁରୋଧ ଜଣାଇ ଏକ ଲିଖିତ ଦାବିପତ୍ର ମହାସଂଘ ତରଫରୁ ଦିଆଯିବା ସହିତ ଭିନ୍ନ ଭିନ୍ନ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ମହିଳା ଟ୍ରକ ମାଲିକମାନେ କିଭଳି ଭାବରେ ଆଗାମୀ ଦିନରେ ସ୍ୱାବଲମ୍ବୀ ହୋଇପାରିବେ, ସେଥି ସମ୍ବନ୍ଧରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏହି ଅବସରରେ,ମହାସଂଘର ସଭାପତି, ସମ୍ପାଦିକା ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ କି, ଏହି ଟ୍ରକ ମାଲିକ ମହାସଂଘ ଓଡିଶାର ୩୦ ଟି ଯାକ ଜିଲ୍ଲାକୁ ନେଇ ଗଠିତ ହୋଇଅଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.