ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ପ୍ରବଳ ଗରମ ଓ ଖରା ସହ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସହାୟ ଜଳ କଷ୍ଟ ଅତିଷ୍ଠ କରୁଛି। ଗ୍ରାମାଞ୍ଚଳ ରେ ଥିବା ନଳକୂପ ଗୁଡିକରେ ପୂର୍ବରୁ ଯେଉଁଠି ଶହେ ଫୁଟରେ ପାଣି ବାହାରୁଥିଲା ଏବେ ଆଉ ନାହିଁ । ପ୍ରବଳ ତାପମାତ୍ରା, ପରିବେଶ ର ପରିବର୍ତ୍ତନ ଯୋଗୁଁ ପୃଥିବୀ ର ଅସାମନତା ର ଭାରସାମ୍ୟ ଯୋଗୁଁ ତାପମାତ୍ରା ବୃଦ୍ଧି ସହ ଜଳ ଶୁଷ୍କ ହେଉଛି। ସକାଳ ପାଇଲା ମାତ୍ରକେ ଖରା ଓ ଗୁଲଗୁଲି ଆରମ୍ଭହେଉଛି ପାରଦ ୪୫ ଡିଗ୍ରୀ ରହୁଛି। ତେବେ ଜଳ ସଙ୍କଟ ସମସ୍ୟାକୁ ଦୂର କରିବାପାଇଁ ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ଏକ ନିଆରା ପଦକ୍ଷେପ ନେଇଛନ୍ତି l ମେ ୩୧ ତାରିଖ ସୁଦ୍ଧା ଯଦି ମୁରିବାହାଲ ପଞ୍ଚାୟତ ଅଞ୍ଚଳରେ ପାଣି ସମସ୍ୟା ଯଥା – ପାଇପ ଯୋଗେ ଘରକୁ ଘର ପାଣି ପହଞ୍ଚାଇବା, ମୁରିବାହାଲ ଅଞ୍ଚଳର ଛକ ମାନଙ୍କରେ ଜଳ ଛତ୍ର ଖୋଲିବା, ଖରାପ ଗଭୀର ନଳକୂପ ମାନଙ୍କୁ ଶୀଘ୍ର ମରାମତି ଯଦି ନ କରାଯାଏ ତାହା ହେଲେ ଅନଶନ ରେ ବସିବା ପାଇଁ ଚେତାବନୀ ଦେଇଛନ୍ତି l ତେବେ ତାଙ୍କର ନିଆରା ପଦକ୍ଷେପକୁ ବିକାଶ ମଞ୍ଚ ମୁରିବାହାଲ ବ୍ଲକ, ଆଦିବାସୀ ସଂଘ ମୁରିବାହାଲ ବ୍ଲକ, ପ୍ରେସ କ୍ଲବ ମୁରିବାହାଲ ସମର୍ଥନ କରିବା ପାଇଁ ନିଷ୍ପତି ନେଇଛନ୍ତି l





