କରମତଲାରେ ବିଜେପିର ବିଧାନ ସଭା ସ୍ତରୀୟ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ସ୍ଥିତ ଗିରି ଗୋବର୍ଦ୍ଧନ ମଣ୍ଡପ ପରିସରରେ ବିଜେପି ଆନୁକୂଲ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ସମ୍ବନ୍ଧୀୟ ଟିଟିଲାଗଡ଼ ବିଧାନସଭା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ସାଂସଦ ପ୍ରତିନିଧି ଅକ୍ଷୟ ରଣା, ବରିଷ୍ଠ ନେତା ମହେନ୍ଦ୍ର ଠାକୁର ସ୍ୱତନ୍ତ୍ର ସଂଘନ ସଂଶୋଧନ କାର୍ଯ୍ୟକ୍ରମ, ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା, ଗତ ୨ ବର୍ଷର ବିଜେପି ସରକାର ଅମଳରେ ଟିଟିଲାଗଡ଼ ବିଧାନସଭା ଅଞ୍ଚଳରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ନେଇ ବିସ୍ତୃତ ଭାବେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ବୁଝାଇଥିଲେ | ଜିଲ୍ଲା ଉପସଭାପତି ଦୀନବନ୍ଧୁ ବେହେରା, ଟିକେଲାଲ ବେହେରା, ବିଧାୟକଙ୍କ ଗୁଡ଼ଭେଲା ବ୍ଲକ ପ୍ରତିନିଧି ଶରତ ସାହୁ, ସଇଁତଲା ବ୍ଲକ ପ୍ରତିନିଧି ବିମଲ ଶର୍ମା, ସଇଁତଲା ଜୋନ ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ଷିରାବ୍ଧି ହୋତା ମଞ୍ଚାସିନ ରହିଥିଲେ | ସଞ୍ଜୟ ତ୍ରିପାଠୀ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ଉପସଭାପତି ରୁଣୁଗୋପାଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଡୋଳାମଣି ବସ୍ତିଆ, ସଇଁତଲା ମଣ୍ଡଳ ସଭାପତି ଦର୍ଶନ ପଧାନ, ବେଲଗାଁ ମଣ୍ଡଳ ସଭାପତି ବିରଞ୍ଚି ପୁଟେଲ, ଟିକ୍ରାପଡ଼ା ମଣ୍ଡଳ ସଭାପତି ବାସୁଦେବ ଚୌହାନଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ | ଶେଷଦେବ ରଣା, ସୁପେତ ବାଗ, ଡମନ ବାଗ, ଗଣେଶ ବୁଡ଼େକ, ତପନ ବେହେରା, ରଞ୍ଜନ ବୁଡ଼େକ, ନିଲୁ ରଣା, ଯୁବରାଜ ମହାକୁର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.