ଗୁରୁକୁଳ ନର୍ସିଂ କଲେଜ ନର୍ଲାର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନର୍ସିଂ ଛାତ୍ରୀମାନେ ଫ୍ଲୋରେନ୍ସ ନାଇଟିଙ୍ଗଲ ଓ ମଦର ଟେରେସାଙ୍କ ପଦାଙ୍କ ଅନୁସରଣ କରନ୍ତୁ -ମୁଖ୍ୟ ବକ୍ତା ସନ୍ତୋଷ କୁମାର କର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୁରୁକୁଲ ନର୍ସିଂ କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଚେୟାରମେନ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏନେଇ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜେପି ଉପସଭାପତି ଭବେନ୍ଦ୍ର ପଣ୍ଡା ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଅନିରୁଦ୍ଧ ପଧାନ, ସ୍ୱତନ୍ତ୍ର ଅତିଥି ଭାବରେ ଅସୁରଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଗ୍ରସେନ ପଟ୍ଟନାୟକ ଓ ତାଙ୍କ ସହଧର୍ମିଣି ଶୋଭାଗିନୀ ମହାନ୍ତି ଏବଂ ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଯୋଗଦାନ କରିଥିଲେ।

ସମସ୍ତ ଅତିଥି ମଞ୍ଚାସୀନ ହେବା ପରେ କଲେଜ ତରଫରୁ ସମସ୍ତ ଅତିଥି ବୃନ୍ଦଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ନର୍ସିଂ କଲେଜ କତ୍ତୃପକ୍ଷ। ଏହାପରେ ଅତିଥି ବୃନ୍ଦ ନର୍ସିଂ କଲେଜର ଛାତ୍ରୀ ମାନଙ୍କୁ କ୍ୟାଣ୍ଡେଲ ଜଳାଇ ସମାଜକୁ ନିଷ୍ଠାପର ଭାବରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଶପଥପାଠ କରାଇଥିଲେ। ନର୍ଲା ଭଳି ସ୍ଥାନରେ ଗୁରୁକୁଳ ନର୍ସିଂ କଲେଜ ଖୋଲି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଭଳି ସେବା ଯୋଗାଇବାର ସ୍ୱପ୍ନ ଦେଖିଥିବା ନର୍ଲାରୋଡର ସୁପୁତ୍ର କଲେଜର ଚେୟାରମେନ ଶ୍ରୀ ପଟ୍ଟନାୟକଙ୍କ ଭୂୟସୀ ପ୍ରସଂଶା କରି ସେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ମୁଖ୍ୟ ବକ୍ତା ଶ୍ରୀ କର ସେବାର ମୁର୍ତ୍ତିମନ୍ତ ପ୍ରତୀକ ଫ୍ଲୋରେନ୍ସ ନାଇଟିଙ୍ଗଲ ଓ ମଦର ଟେରେସାଙ୍କ ସେବାର ଉଦାହରଣ ଦେଇ ସେମାନଙ୍କ ପଦାଙ୍କ ଅନୁସରଣ କରି ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ଏହି କଲେଜର ଛାତ୍ରୀମାନେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।

ନର୍ସିଂ କଲେଜରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ କୃତୀ ଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ମଞ୍ଚରେ ପୁରସ୍କାର ପ୍ରଦାନ କରିଥିଲେ। ଇତ୍ୟବସରରେ କଲେଜ ପରିଚାଳନା ସମିତିର ମାର୍ଗଦର୍ଶକ ଅବସରପ୍ରାପ୍ତ ଶିକ୍ଷକ ଉଗ୍ରସେନ ପଟ୍ଟନାୟକଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ କତ୍ତୃପକ୍ଷଙ୍କ ତରଫରୁ ତାଙ୍କୁ ଏବଂ ତାଙ୍କ ସହଧର୍ମିଣି ଶୋଭାଗିନି ମହାନ୍ତିଙ୍କୁ ମାନପତ୍ର, ଉପଢୌକନ ଓ ସ୍ମୃତି ଚିହ୍ନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନର୍ସିଂ କଲେଜର ପରିଚାଳନା ନିର୍ଦ୍ଦେଶକ ଆଶିଷ କୁମାର ବିଶ୍ୱାଳ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିନାୟକ ବେହେରା ଏବଂ ଲିପସା ଦାସ ମଞ୍ଚ ସଂଯୋଜନା କରିଥିଲେ। କଲେଜର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବେଶ ଖୋରାକ ଯୋଗାଇଥିଲା।

କ୍ରୀଷ୍ଣାମଞ୍ଜରି ବାଗ, ଡୋଳେସ୍ୱରୀ ହରିଜନ, ଝରଣା ମାଝୀ, ପ୍ରୀୟଙ୍କା ସାହୁ ଓ ବିକୁ ସିଂ ମାଝୀ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ। ସଞ୍ଜୟ ସରାଫ, ପ୍ରହଲ୍ଲାଦ ସେଠୀ, ସନ୍ତୋଷିନୀ ପୁଝାରୀ, ଆକାଶ କୁମାର ନାଏକ, ଅକ୍ଷୟ କୁମାର ନାଏକ, ତନୁଶ୍ରୀ ପଧାନ, ଜ୍ୟୋତିରାଣୀ ପଣ୍ଡା, ସ୍ୱେଚ୍ଛାସେବୀ କାମିନୀ ଦୁର୍ଗା, ପିଙ୍କି ଦୁର୍ଗା, ମିନୁ ବାଗ, ଝାନସୀ ରାଣୀ ବାଗଙ୍କ ସମେତ ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମ୍ୟାନେଜିଙ୍ଗ ଟ୍ରଷ୍ଟି ବିନାୟକ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.