ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ପତ୍ର ସଂଖ୍ୟା ନଂ ୫୫୪୩, ଜୁନ ୫ ଅନୁଯାୟୀ ଆସନ୍ତା ୨୪ ଜୁନ ଠାରୁ ସ୍ନାତକୋତ୍ତର ସେମିଷ୍ଟର ୨ ର ପରୀକ୍ଷା ହେବା ପାଇଁ ଧାର୍ଯ୍ୟ କରାଯାଇଛି। କିନ୍ତୁ ସେହି ସମୟରେ ସର୍ବଭାରତୀୟ ୟୁଜିସି ନେଟ୍ ପରୀକ୍ଷା ଆସନ୍ତା ଜୁନ୍ ୨୨ ରୁ ଜୁନ୍ ୩୦ ମଧ୍ୟରେ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି। ବିଶ୍ବବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ଏହି ୟୁଜିସି ନେଟ ପରୀକ୍ଷା ଦେବା ପାଇଁ ପରିଶ୍ରମ କରିବା ସହିତ ଏହି ପରୀକ୍ଷାକୁ ସମସ୍ତେ ଅପେକ୍ଷା କରିଥାନ୍ତି। ତେଣୁ ସ୍ନାତକୋତ୍ତର ସେମିଷ୍ଟର ୨ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ବିଶ୍ବବିଦ୍ୟାଳୟର ଛାତ୍ର ନେତା କେ ପ୍ରବୀଣ କୁମାର ଲିଖିତ ଭାବରେ ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଅନୁରୋଧ କରିଛନ୍ତି। ବିଶ୍ବବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ବୃହତ୍ତମ ସ୍ବାର୍ଥ ଦୃଷ୍ଟିରୁ ସେମିଷ୍ଟର ପରୀକ୍ଷା ବାତିଲ କରିବା ପାଇଁ ଛାତ୍ର ଛାତ୍ରୀ ମହଲରେ ଅପିଲ ହେଉଥିବା ବେଳେ ବିଶ୍ବବିଦ୍ୟାଳୟ କତୃପକ୍ଷ ଏହି ଘଟଣାରେ କ’ଣ ନିଷ୍ପତ୍ତି ନେଉଛନ୍ତି ଦେଖିବାକୁ ବାକି ରହିଲା।





