ଚ଼ିଲିକା ବିଜେପିର ମିଶ୍ରଣ ପର୍ବ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ  ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପଞ୍ଚାୟତ କରଡ଼ାପଲ୍ଲୀ ଗ୍ରାମର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଗମ୍ଭାରୀମୁଣ୍ଡାର ପୂର୍ବତନ ସରପଞ୍ଚ ମୃତ୍ୟୁଞ୍ଜୟ ମହାରଥୀଙ୍କ ସମେତ କରଡ଼ାପଲୀ ଗ୍ରାମର ଶତାଧିକ ବିଜେଡି କର୍ମକର୍ତ୍ତା ବିଜୁ ଜନତା ଦଳ ତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି, ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଥିବା ଜଣାପଡିଛି। ଦଳରେ ଯୋଗଦାନ କରିଥିବା ସମସ୍ତ କର୍ମକର୍ତ୍ତାଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିବା ସହ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଆପଣମାନଙ୍କର ଏହି ଯୋଗଦାନ ଆଗାମୀ ଦିନରେ ଅଞ୍ଚଳର ବିକାଶ ଓ ଦଳୀୟ ସଂଗଠନ ଆହୁରି ସୁଦୃଢ଼, ସକ୍ରିୟ ଏବଂ ଗତିଶୀଳ କରିବ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ମିଶ୍ରଣ ପର୍ବରେ ବରିଷ୍ଠ ବିଜେପି ନେତା ନିକୁଞ୍ଜ କିଶୋର ପଟ୍ଟନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବିଜେପି ନେତା ନବଘନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.