ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରତ ସ୍କାଉଟ୍ ଓ ଗାଇଡ (ରୋଭର୍ ରେଞ୍ଜର ୟୁନିଟ୍) ତରଫରୁ ସାମାଜିକ ସେବା ଶିବିର ଓ ପାନୀୟ ଜଳ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଓ ଗାଇଡସ୍ ସୌଜନ୍ୟ ତଥା ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୋଭର୍ ରେଞ୍ଜର ୟୁନିଟ୍ ତରଫରୁ ସିନାପାଲି ବ୍ଲକ ଅନ୍ତର୍ଗତ ଚଲନା ଗ୍ରାମରେ ଅବସ୍ଥିତ ଶିବ ମନ୍ଦିର ପରିସରରେ ଶୀତଳ ଷଷ୍ଠୀ ପାଳନ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ସରୋଜ କାନ୍ତ ରଥଙ୍କ ନିର୍ଦ୍ଦେଶ କ୍ରମେ ଭାରତ ସ୍କାଉଟ୍ ରୋଭର୍ ଲିଡର ତଥା କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ବାରିକ ପରିଚାଳନା କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟୟନ ରତ ଓ ପୁରାତନ ରୋଭର୍ ରେଞ୍ଜର ଛାତ୍ର-ଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦହି ଓ ଲେମ୍ବୁ ପାଣି ତଥା ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ।





